ହିଜବୁଲ୍‌ ମୁଖ୍ୟ ସୟଦ ସଲାଉଦ୍ଦିନ୍‌ର ପୁଅ ଗିରଫ

ଶ୍ରୀନଗର: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଆଜି ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ୍‌ ମୁଜାହିଦ୍ଦିନ୍‌ କମାଣ୍ଡର ସୟଦ ସଲାଉଦ୍ଦିନ୍‌ର ପୁଅକୁ ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଗିରଫ କରିଛି। ସୟଦ ସଲାଉଦ୍ଦିନ୍‌ର ଦ୍ୱିତୀୟ ପୁଅ ସୟଦ ସକିଲ ୟୁସଫ୍‌ ୨୦୧୧ ମସିହା ଟେରର ଫଣ୍ଡିଂ ମାମଲାର ଜଣେ ଅଭିଯୁକ୍ତ। ଆଜି ଶ୍ରୀନଗର ରାମ୍‌ବାଗ୍‌ ଅଞ୍ଚଳରେ ଚଢ଼ାଉ ସମୟରେ ସେ ଗିରଫ ହୋଇଛି। କୁଖ୍ୟାତ ଆତଙ୍କବାଦୀ ତଥା ତା’ ବାପା ସୟଦ ସଲାଉଦ୍ଦିନ୍‌ଠାରୁ ସେ ଟଙ୍କା ନେଇ ଆତଙ୍କବାଦୀ କାର୍ଯ୍ୟକଳାପରେ ଲଗାଉଥିଲା ବୋଲି ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର