‘ହ୍ୟୁମାନ ରାଇଟ୍ ୱାଚ୍’ ରିପୋର୍ଟ : ଗତ ୩ ବର୍ଷରେ ଗୋହତ୍ୟା ଓ ଗୋ-ଚାଲାଣ ମାମଲାରେ ୪୪ ଲୋକଙ୍କ ହତ୍ୟା ହୋଇଛି

ନୂଆଦିଲ୍ଲୀ: ଦେଶରେ ଗୋରକ୍ଷକଙ୍କ ଦ୍ୱାରା କରାଯାଉଥିବା ହତ୍ୟାରେ ପୁଲିସର ମଧ୍ୟ ହାତ ଥାଏ ବୋଲି ଅଭିଯୋଗ ହୋଇଥାଏ । ଏହି ଦାବି କରିଛି ମାନବାଧିକାର ସଂସ୍ଥା ‘ହ୍ୟୁମାନ ରାଇଟ୍ ୱାଚ୍’ । ହ୍ୟୁମାନ୍ ରାଇଟ୍ ସଂସ୍ଥାର ରିପୋର୍ଟରେ କୁହାଯାଇଛି କି ୨୦୧୫ ମେରୁ ୨୦୧୮ ଡିସେମ୍ବର ମଧ୍ୟରେ ଗୋହତ୍ୟା ଓ ଗୋ-ଚାଲାଣ ସହିତ ଜଡିତ ମାମଲାରେ ୪୪ ଲୋକଙ୍କ ହତ୍ୟା କରାଯାଇଛି । ଏମାନଙ୍କ ମଧ୍ୟରୁ ୩୬ଜଣ ମୁସଲିମ ବୋଲି ଜଣାପଡ଼ିଛି । ପ୍ରତ୍ୟେକ ହତ୍ୟା ମାମଲାରେ ପୁଲିସ ପ୍ରାରମ୍ଭିକ ତଦନ୍ତକୁ ରୋକିଛି ବୋଲି ଅଭିଯୋଗ କରିଛି ସଂସ୍ଥା।

‘ହ୍ୟୁମାନ ରାଇଟ୍ ୱାଚ୍’  ଏହି ପ୍ରକାରର ଘଟଣାକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ଦାବି କରିଛି । ସଂସ୍ଥାର ଦକ୍ଷିଣ ଏସିଆ ଡାଇରେକ୍ଟର ମିନାକ୍ଷୀ ଗାଙ୍ଗୁଲୀ କହିଛନ୍ତି କି, ଗୋରକ୍ଷା ଅଭିଯାନ ଏକ ଭିଡ ହିଂସାରେ ରୂପାନ୍ତରିତ ହୋଇଯାଇଛି, ଯାହା ବଦଳରେ  ସଂଖ୍ୟାଲଘୁ ବର୍ଗର ଲୋକଙ୍କ ଉପରେ ଆକ୍ରମଣ ବଢ଼ିଛି ।

ମିନାକ୍ଷୀ ଗାଙ୍ଗୁଲୀ କହିଛନ୍ତି କି, ଗୋରକ୍ଷା ଅଭିଯାନର ପ୍ରାରମ୍ଭ ହିନ୍ଦୁ ଭୋଟ ହାସଲ ପାଇଁ କରାଯାଇଛି । କିନ୍ତୁ ଏହି ପଦକ୍ଷେପ ବଦଳି ଏବେ ଏକ ଫ୍ରି ପାସ୍ ବନିଯାଇଛି । ଯଦ୍ୱାରା ଭିଡ ଅଳ୍ପସଂଖ୍ୟକ ବର୍ଗଙ୍କ ଉପରେ ଆକ୍ରମଣ କରି ତାଙ୍କ ହତ୍ୟା କରୁଛି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଗୋ-ଚାଲାଣ ସଂପର୍କିତ ଅପରାଧଗୁଡିକର ସମାଲୋଚନା କରିଛନ୍ତି । ସେ କହିଛନ୍ତି କି ଏଭଳି ସମୂହ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍, ଯିଏ ହିଂସା ପାଇଁ ଧର୍ମକୁ ଢ଼ାଲ ଭାବେ ବ୍ୟବହାର କରନ୍ତି ।

ସମ୍ବନ୍ଧିତ ଖବର