ହାଇଦ୍ରାବାଦ: ସପ୍ଟଓ୍ଵୟାର କମ୍ପାନିରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ଏକ ସପ୍ଟଓ୍ଵୟାର କମ୍ପାନିରେ ରବିବାର ସନ୍ଧ୍ୟାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ଅଗ୍ନିକାଣ୍ଡରେ ପାଖାପାଖି ୨୫ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଆକଳନ କରାଯାଇଛି।

ସୂଚନାଯୋଗ୍ୟ, ଆଜି ସନ୍ଧ୍ୟାରେ ଆକସ୍ମିକ ଭାବେ ହାଇଦ୍ରାବାଦସ୍ଥିତ ଡିକିୟୁ ଏଣ୍ଟରଟେନ୍‌ମେଣ୍ଟ ଲିମିଟେଡ କାର୍ଟୁନ୍‌ ନେଟ୍‌ଓ୍ଵାର୍କ ସପ୍ଟଓ୍ଵୟାର କମ୍ପାନିରୁ ଧୁଆଁ ବାହାରିଥିଲା। କେହି କିଛି ବୁଝିବା ପୂର୍ବରୁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ସୌଭାଗ୍ୟବଶତଃ କେହି ଏଥିରେ ମୃତାହତ ହୋଇ ନଥିବା ସୂଚନା ମିଳିଛି। ତେବେ କମ୍ପାନିରେ ଅଗ୍ନିକାଣ୍ଡ ସର୍ଟସର୍କିଟ୍‌ ହେତୁ ଘଟିଛି ବୋଲି ଅନୁମାନ କରାଯାଉଛି। ଅଗ୍ନିକାଣ୍ଡ ସମ୍ପର୍କରେ ସଙ୍ଗେସଙ୍ଗେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ତୁରନ୍ତ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ଚେଷ୍ଟା କରିବା ସହିତ ଲୋକମାନଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର