ଇରାନ୍‌ ସହ ଯୁଦ୍ଧ ବିନାଶକାରୀ ହେବ: ଟ୍ରମ୍ପ୍‌ଙ୍କୁ ଚେତାଇଥିଲେ ଇମ୍ରାନ

ଡାଭୋସ : ଇରାନ୍‌ ସହ ଯୁଦ୍ଧ ବିନାଶକାରୀ ହେବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କୁ କହିଥିଲେ। ଟ୍ରମ୍ପ ମଧ୍ୟ ତାଙ୍କ କଥାରେ ଏକମତ ହୋଇଥିଲେ ବୋଲି ଆଜି ଡାଭୋସଠାରେ ଆୟୋଜିତ ‘ବିଶ୍ବ ଅର୍ଥନୀତି ସମ୍ମିଳନୀ’ରେ ଯୋଗଦେଇ ଇମ୍ରାନ୍‌ ଏହା କହିଛନ୍ତି। ଗତ ଜାନୁଆରି ୩ରେ ଆମେରିକା ଇରାନର କମାଣ୍ଡର ଜେନେରାଲ କାସିମ ସୁଲେମାନୀକୁ ହତ୍ୟା କରିବା ପରେ ଉଭୟ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯଦି ଇରାନ୍‌ ଓ ଆମେରିକା ମଧ୍ୟରେ ଯୁଦ୍ଧ ହୋଇଥାନ୍ତା ତେବେ ସମଗ୍ର ବିଶ୍ବରେ ଭୟଙ୍କର ସ୍ଥିତି ଉପୁଜିଥାନ୍ତା ଏବଂ ଏହା ବିଶ୍ବର ଦାରିଦ୍ର୍ୟ ବଢାଇ ଦେଇଥାନ୍ତା ବୋଲି ଇମ୍ରାନ କହିଛନ୍ତି। ଗତକାଲି ଡାଭୋସ ସମ୍ମିଳନୀରେ ଟ୍ରମ୍ପଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ ବୋଲି ଇମ୍ରାନ କହିଛନ୍ତି।

ସମ୍ବନ୍ଧିତ ଖବର