ଆମେରିକା ଠାରୁ ଭାରତ କଣିବ ୧ହଜାର ଉଡ଼ାଜାହାଜ, ପେଟ୍ରୋଲ

ନୂଆଦିଲ୍ଲୀ: ଆମେରିକା ଭାରତର ରପ୍ତାନୀ ହେଉଥିବା ଷ୍ଟିଲ ଓ ଆଲମୁନିୟମ ଉପରେ ଟ୍ରାକ୍ସ ବୃଦ୍ଧି କରିବା ପରେ ଭାରତ ମଧ୍ୟ ଆମେରିକାରୁ ଆମଦାନୀ ହେଉଥିବା ୨୯ଟି ସାମଗ୍ରୀ ଉପରେ ଟ୍ୟାକ୍ସ ବସାଇଛି। ଏହାକୁ ନେଇ ବାଣିଜ୍ୟ କ୍ଷେତ]ରେ ଦୁଇ ଦେଶର ସମ୍ପର୍କ ତିକ୍ତ ହେଉFgିବା ବେଳେ ଭାରତ ଆମେରିକାରୁ ୧୦୦୦ ବୋସମରୀକ ବିମାନ କିଣିବ ବୋଲି ଆମେରିକାକୁ ଲୋଭ ଦେଖାଇଛି। ୫ ବିଲିୟନ ଡଲାର ମୂଲ୍ୟର ଏହି ବାଣିଜ୍ୟ କାରବାର ଆସନ୍ତା ୭-୮ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ। ଏଥିିପାଇଁ କାଲି (ରବିବାର ଦିନ) ଆମେରିକାର ସହକାରୀ ବାଣିଜ୍ୟ ପ୍ରତିନିଧି ମାର୍କସ ଲିନ୍ସକଟ ଭାରତୀୟ ପ୍ରତିନିଧିମଣ୍ଡଳି ସହିତ ଆଲୋଚନା କରିବେ।
ଆମେରିକା ଠାରୁ ଭାରତ ୧୦୦ ହଜାର ବେସାମରିକ ଉଡ଼ାହାଜନ କିଣିବ। ଏଥିପାଇଁ ଆଗାମୀ ୭ ବର୍ଷ ମଧ୍ୟରେ ଭାରତ ଖର୍ଚ୍ଚ କରିବା ୫ ବିଲିୟନ ଆମେରୀକୀୟ ଡଲାର। କେବଳ ସେତିକି ନୁହେଁ, ଭାରତ ମଧ୍ୟ ୪ ବିଲିନ ଡଲାର ମୁଲ୍ୟର ପେଟ୍ରୋଲ ଓ ପ୍ରାକୃତିକ ବାଷ୍ପ କିଣିବା ପାଇଁ ଯୋଜନା କରିଛି। ଏହି କାର୍ଯ୍ୟକୁ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଇବା ପାଇଁ ଆମେରିକାର ସହକାରୀ ବାଣିଜ୍ୟ ପ୍ରତିନିଧି ମାର୍କ୍ସ ଲିନ୍ସକଟ୍‌ ଆସନ୍ତା କାଲି ଭାରତୀୟ ପ୍ରତିନିଧିମଣ୍ଡଳି ସହିତ କଥାବାର୍ତ୍ତା କରିବେ। ଏତଦ୍‌ବ୍ୟତୀତ ଭାରତ ଆମେରିକା ସହିତ ସାମରିକ ଚୁକ୍ତି କରି ଏହାର ନୌସେନା ପାଇଁ ୧୨ଟି ପି୮ଆଇ ଲଢ଼ୁଆ ଏୟାରକ୍ରାଫ୍ଟ ମଧ୍ୟ କ୍ରୟ କରୁଛି। ତେବେ ଭାରତର ରୁୁଷ ସହିତ ସାମରିକ ସମ୍ପର୍କ ନେଇ ଆମେରିକା ଅସନ୍ତୁଷ୍ଟ ଥିବାବେଳେ ଯଦି ଏ ନେଇ କୌଣସି ପ୍ରକାର ପ୍ରତିବନ୍ଧକ ଲଗାଏ ତେବେ ଭାରତ -ଆମେରିକା ପ୍ରତିରକ୍ଷା ସମ୍ପର୍କରେ ଏକ ବଡ଼ ଫାଟ ଦେଖାଦେଇପାରେ ବୋଲି କୁହାଯାଉଛିି।

ସମ୍ବନ୍ଧିତ ଖବର