ମୋଦି ଏବଂ ଜି’ଙ୍କ ଆଲୋଚନା ସମୟରେ ଭାରତ ପାକିସ୍ତାନର ଆତଙ୍କବାଦ ବିଷୟରେ ନରମି ଯିବ ନାହିଁ

ନୂଆଦିଲ୍ଲୀ/ବେଜିଙ୍ଗ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍‌ର ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନା କୌଣସି ନିର୍ଦ୍ଦିଷ୍ଟ ବିବାଦୀୟ ପ୍ରସଙ୍ଗ ଉପରେ ହେବ ନାହିଁ ସତ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଭାରତ ପାକିସ୍ତାନର ସୀମାପାରି ଆତଙ୍କବାଦ ଆଗରେ ନରମି ଯିବ।
ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ‘ସାଙ୍ଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌’ର ବୈଦେଶିକ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ନିଜର ସମ୍ଭାଷଣରେ ଭାରତର ସ୍ଥିତିକୁ ଦୃଢ଼ଭାବରେ ଉପସ୍ଥାପନ କରିଥିଲେ। ଉକ୍ତ ସମ୍ମିଳନୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଖାଓ୍ଵାଜା ମହମ୍ମଦ ଅସିଫ୍‌ ମଧ୍ୟ ଉପସ୍ଥିତ ଥିଲେ।

ବେଜିଙ୍ଗ୍‌ରେ ସୁଷମା କହିଲେ: ଆତଙ୍କବାଦ ବିରୋଧରେ ଆମ ଲଢ଼େଇ କେବଳ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ନୁହେଁ, କିନ୍ତୁ ଆତଙ୍କବାଦୀଙ୍କୁ ଉତ୍ସାହ ଦେଉଥିବା, ସମର୍ଥନ କରୁଥିବା, ଆର୍ଥିକ ସମହାୟତା ଦେଉଥିବା ଏବଂ ଆତଙ୍କବାଦୀ ଓ ଆତଙ୍କ ସଙ୍ଗଠନଙ୍କୁ ନିରାପଦ ସ୍ଥାନ ଦେଉଥିବା ଦେଶଗୁଡ଼ିକ ବିରୋଧରେ ମଧ୍ୟ କଠୋର ପଦକ୍ଷେପ ଗ୍ରହଣ କରିବ।

ଅତୀତରେ ଚୀନ୍‌ ସବୁବେଳେ କହିଛି ଯେ ଭାରତ ପାକିସ୍ତାନ ସହ ଆଲୋଚନା କରିବା ଉଚିତ। କିନ୍ତୁ ପାକିସ୍ତାନ ସୀମାପାରି ଆତଙ୍କବାଦ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ ନ କଲେ ଭାରତ ଇସ୍‌ଲାମାବାଦ ସହ ଆଲୋଚନା କରିବ ନାହିଁ ବୋଲି ସିଧାସଳଖ କହିଛି।
ମୋଦି ଏବଂ ଜି’ଙ୍କ ମଧ୍ୟରେ ଶିଖର ବୈଠକ ପାଇଁ ରାଜି ହେବା ପୂର୍ବରୁ ଚୀନ୍‌ ମତ ଦେଇଛି କି, ପାକିସ୍ତାନରେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

ସମ୍ବନ୍ଧିତ ଖବର