ସିଙ୍ଗାପୁର: ଯୌନ ଉତ୍ପୀଡ଼ନ ମାମଲାରେ ସିଙ୍ଗାପୁରରେ ଜଣେ ଭାରତୀୟ ଯୁବକଙ୍କୁ ୧୩ ବର୍ଷ ଜେଲ୍ଦଣ୍ଡ ହୋଇଛି। ଅଭିଯୁକ୍ତ ଭାରତୀୟ ଯୁବକ ଉଦୟକୁମାର ଦକ୍ଷିଣମୂର୍ତ୍ତି ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଦୁଇଥର ଦୁଷ୍କର୍ମ ଉଦ୍ୟମ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ୧୩ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ ହୋଇଛି। ୨୦୧୬ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।