ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ହେଉଥିବା ପଥରମାଡ଼କୁ ରୋକିବା ପାଇଁ ରେଲେଓ୍ଵ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ : ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ବାରମ୍ବାର ପଥରମାଡ଼ କରାଯାଉଥିବାରୁ ଏହାକୁ ରୋକିବା ପାଇଁ ସମାଧାନର ବାଟ ବାହାର କରିଛି ରେଳବାଇ । ଟ୍ରେନ୍‌ର ବାହାର ପଟେ କ୍ୟାମେରା ଲଗାଇବା ପାଇଁ ରେଳବାଇ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ଟ୍ରେନର ବାହାର ପାର୍ଶ୍ୱରେ କ୍ୟାମେରା ଲାଗିବା ଦ୍ୱାରା ପଥର ଫିଙ୍ଗୁଥିବା ଲୋକକୁ ସହଜରେ ଚିହ୍ନଟ କରାଯାଇ ପାରିବ । କ୍ୟାମେରାକୁ ଅତ୍ୟାଧୁନିକ ଟେକ୍ନୋଲଜି ଦ୍ୱାରା ତିଆରି କରାଯିବା ସହ ଏହି ମାସ ଶେଷ ଆଡ଼କୁ ଏହାକୁ ବନ୍ଦେ ଭାରତ ଏକ୍ସପ୍ରେସରେ ଲଗାଇ ଦିଆଯିବ ବୋଲି ରେଲେଓ୍ଵ ବୋର୍ଡ ପକ୍ଷରୁ ସୂଚନା ଦିଆ ଯାଇଛି ।

India Finance News

ସୂଚନା ମୁତାବକ, ଫେବୃଆରୀରେ ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳ ଆରମ୍ଭ ହୋଇଥିବା ବେଳେ ୨ମାସ ମଧ୍ୟରେ ପଥରମାଡ଼ର ୧୨ଟି ଘଟଣା ଘଟି ସାରିଛି । ଯାହା ପାଇଁ ଟ୍ରେନ୍‌ର ୧୨ଟି କାଚ ବଦଳା ଯାଇ ସାରିଛି । ଘଣ୍ଟା ପ୍ରତି ୧୩୦କିଲୋମିଟର ବେଗରେ ଯାଉଥିବା ଏହି ଟ୍ରେନ୍‌ ଉପରେ ହେଉଥିବା ପଥରମାଡ଼କୁ ରୋକିବା ପାଇଁ ଏବେ କ୍ୟାମେରା ଲଗାଯିବ । ଟ୍ରେନ୍‌ ଆଗରେ ଦୁଇଟି ଏବଂ ଟ୍ରେନ୍‌ ପଛରେ ଦୁଇଟି କ୍ୟାମେରା ଲାଗିବା ଦ୍ୱାରା କେଉଁ ରାସ୍ତାରେ ଟ୍ରେନ୍‌ ଉପରେ ପଥର ମାଡ଼ ହେଉଛି, ତାହା ଜଣା ପଡ଼ି ପାରିବ ବୋଲି କହିଛନ୍ତି ଆର୍‌ପିଏଫ୍‌ର ମହାନିର୍ଦ୍ଦଶକ ଅରୁଣ କୁମାର ।

ସମ୍ବନ୍ଧିତ ଖବର