ଗୋଟିଏ ମଞ୍ଚରେ ଏକାଠି ହେଲେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଏବଂ ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ କୈଳାସ ବିଜୟ ବର୍ଗୀୟ

ଇନ୍ଦୋର: କେବଳ ରାଜ୍ୟ ରାଜନୀତିରେ ନୁହେଁ, ବରଂ କେନ୍ଦ୍ର ରାଜନୀତିରେ ରେ ବି ବେଶ୍ ଗୁରୁତ୍ବ ରଖୁଥିବା ଦୁଇ ବିରୋଧୀ ନେତାଙ୍କୁ ଗତକାଲି ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିଥିଲା । ଏହା ଏବେ ମଧ୍ୟପ୍ରଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଏକ ଘଟଣା ଗତକାଲି ମଧ୍ୟପ୍ରଦେଶରେ ଇନ୍ଦୋର ସହରରେ ଦେଖିବାକୁ ମିଳିଥିଲା।

ମକର ସଂକ୍ରାନ୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ମଞ୍ଚରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଏବଂ ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ କୈଳାସ ବିଜୟ ବର୍ଗୀୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା ମିଳିଥିଲା। ଖାଲି ସେତିକି ନୁହେଁ ଏଦୁଇ ନେତା ପରସ୍ପରକୁ ଶ୍ରଦ୍ଧାପୂର୍ବକ ଆଲିଙ୍ଗନ ବି କରିଥିଲେ। ଦୁହେଁ ପରସ୍ପରକୁ ପଗଡ଼ି ପିନ୍ଧାଇ ଅଭିବାଦନ ବି ଜଣାଇଥିଲେ।

image source-news18

ଦିଗ ବିଜୟ ଏବଂ କୈଳାସ ବିଜୟ ବର୍ଗୀୟ ଯେ କୌଣସି ପ୍ରସଙ୍ଗରେ ପରସ୍ପରକୁ ସମାଲୋଚନା କରିବାର ସୁଯୋଗକୁ ହାତଛଡା କରନ୍ତି ନାହିଁ । ଏହି କାରଣରୁ ସେ ଦୁହେଁ ପରସ୍ପରର ଘୋର ବିରୋଧୀ ବୋଲି ରାଜନୀତିରେ ବିବେଚିତ ହୋଇଥାନ୍ତି। ତେବେ ଗୋଟିଏ ମଞ୍ଚରେ ଏକାଠି ରହିବା, ପରସ୍ପରକୁ ଅଭିବାଦନ ଜଣାଇବା ଘଟଣାକୁ ଦେଖି ଉପସ୍ଥିତ ଲୋକେ ବିସ୍ମିତ ହୋଇଥିଲେ। ଏବେ ଏହି ଦୁଇନେତାଙ୍କର ଅଭିବାଦନର ଭିଡିଓ ବେଶ୍ ଭାଇରାଲ୍ ହେଉଛି ।
ସୂଚନାଯୋଗ୍ୟ, ଦିଲ୍ଲୀରୁ ଦଶଜଣ ସାଂସଦ ଇନ୍ଦୋରର ସ୍ମାର୍ଟ ସଡ଼କ ବ୍ୟବସ୍ଥାରର ସମୀକ୍ଷା କରିବା ପାଇଁ ଇନ୍ଦୋରରେ ପହଞ୍ଚିଥିଲେ। ଏଥିଲାଗି ଇନ୍ଦୋରରେ ଉଭୟ ବିଜେପି ଓ କଂଗ୍ରେସର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଏହି କାରଣରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଏବଂ ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ କୈଳାସ ବିଜୟ ବର୍ଗୀୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର