ଭାରତରେ ନିର୍ମିତ ସାମଗ୍ରୀ ବ୍ୟବହାର କରି ବିସ୍ଫୋରକ ପ୍ରସ୍ତୁତ କରୁଥିଲା ଆତଙ୍କବାଦୀ ସଂଗଠନ ଆଇଏସ !

ନୂଆଦିଲ୍ଲୀ : ତୁର୍କୀ ସହିତ ଭାରତର ସମ୍ପର୍କ ଏବେ ଖରାପ ସମୟ ଦେଇ ଗତି କରୁଛି । ତୁର୍କୀ ଏବେ ଖୋଲାଖୋଲିଭାବେ ଭାରତର ବିରୋଧ କରୁଛି । ଏହାର ଜବାବ ଦେଇ ଭାରତ ତୁର୍କୀକୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ବନ୍ଦ କରିଦେଇଛି ।

ତେବେ ଇଂରାଜୀ ଦୈନିକ ଦି ଇକନୋମିକ୍ସ ଟାଇମର ଏକ ରିପୋର୍ଟ ଅନୁସାରେ ଭାରତ ଆଉ ଏକ କାରଣରୁ ତୁର୍କୀକୁ ପ୍ରତିରକ୍ଷା ସାମଗ୍ରୀ ଓ ଦ୍ୱୈତ ବ୍ୟବହାରଯୋଗ୍ୟ ସାମଗ୍ରୀ ( ଯେଉଁ ସାମଗ୍ରୀ ଉଭୟ ବେସାମରିକ ଓ ସାମରିକ କାର୍ଯ୍ୟରେ ବ୍ୟବହାର କରିହେବ ) ରପ୍ତାନି ବନ୍ଦ କରିଛି । ବେଆଇନ ଅସ୍ତ୍ରଶସ୍ତ୍ର ଉପରେ ନଜର ରଖୁଥିବା ଅନ୍ତର୍ଜାତୀୟ ସଂସ୍ଥା କନଫ୍ଲିକ୍ଟ ଅର୍ମାମେଣ୍ଟ ରିସର୍ଚ୍ଚର ଏକ ରିପୋର୍ଟ ଅନୁସାରେ ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ସଂସ୍ଥା ଆଇଏସ ଯେଉଁ ସବୁ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରୁଥିଲା ସେଥିରେ ଭାରତ ନିର୍ମିତ କେତେକ ସାମଗ୍ରୀ ଥିଲା । ଭାରତ ତୁର୍କୀକୁ ଯୋଗାଉଥିବା କେତେକ ପ୍ରତିରକ୍ଷା ସାମଗ୍ରୀ ତୁର୍କୀ ସରକାରଙ୍କ ଜରିଆରେ ଆଇଏସ ପାଖରେ ପହଞ୍ଚୁଥିଲା । ଏହି କଥା ଜଣାପଡିବା ପରେ ଭାରତ ସରକାର ସତର୍କ ହୋଇଯାଇଛନ୍ତି । ଏଥିପାଇଁ ତୁର୍କୀକୁ ରପ୍ତାନି ବନ୍ଦ ହୋଇଛି ।

ସମ୍ବନ୍ଧିତ ଖବର