ନିର୍ବାଚନ ପ୍ରଚାର ସମୟରେ ହୃଦଘାତରେ ଟଳି ପଡ଼ିଲେ ବିଜେପି ବିଧାୟକ

ବେଙ୍ଗାଲୁର: ବେଙ୍ଗାଲୁରର ଜୟନଗର ବିଧାନସଭା ଆସନର ବିଧାୟକ ଓ ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଏନ ବିଜୟ କୁମାରଙ୍କର ନିର୍ବାଚନ ପ୍ରଚାର ସମୟରେ ମୃତ୍ୟୁ ଘଟିଛି। ବିଜୟ କୁମାର ବେଙ୍ଗାଲୁରର ଜୟନଗର ନିର୍ବାଚନମଣ୍ଡଳିରେ ନିର୍ବାଚନ ପ୍ରଚାର ଓ ରାଲି କରୁଥିବା ବେଳେ ହୃଦଘାତର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜୟଦେବ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କାର୍ଡିଓଲୋଜିରେ ଭର୍ତ୍ତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଏସ ପ୍ରକାଶ କହିଛନ୍ତି।
ସୂଚନା ଯୋଗ୍ୟଯେ ଆସନ୍ତା ୧୨ ତାରିଖ ଦିନ କର୍ଣ୍ଣାଟକ ନିର୍ବାଚନରେ ବିଜୟ କୁମାର ଜଣେ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏହି ଆସନରୁ ସେ ପୂର୍ବ ନିର୍ବାଚନରେ ବିଜୟୀ ହୋଇଥିଲେ। ତେବେ ନିର୍ବାଚନ ରାଲି ରେ ଯୋଗ ଦେଇଥିବା ଅବସରରେ ସେ ହଠାତ ହୃଦଘାତର ଶିକାର ହୋଇ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ସରକାରଙ୍କ ଦ୍ୱାରା ପରିଚାଳିତ ଜୟଦେବ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କାର୍ଡିଓଲୋଜିରେ ଭର୍ତ୍ତ କରାଯାଇଥିଲା। ମାତ୍ର ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇ ନାହିଁ ବୋଲି ଡାକ୍ତରଖାନା ପକ୍ଷରୁ ପ୍ରକାଶ।

ସମ୍ବନ୍ଧିତ ଖବର