ଝାଡ଼ଖଣ୍ଡ କାର୍‌ ଚାପାରେ ୭ ମୃତ

ଜାମସେଦପୁର: ରବିବାର ସନ୍ଧ୍ୟାରେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଆଜି ଏକ ଦ୍ରୁତଗାମୀ କାର୍‌ ମାଡ଼ିଯିବାରୁ ରାସ୍ତାକଡ଼ରେ ଥିବା ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଏଠାରୁ ୯୦ କିମି ଦୂର ଚକ୍ରଧରପୁର ଥାନା ଇଲାକାରେ ଏକ ଧାର୍ମିକ ଉତ୍ସବରେ ଯୋଗଦେଇଥିବା ସ୍ଥାନୀୟ ଲୋକେ ରାସ୍ତାକଡ଼ରେ ଛିଡ଼ା ହୋଇ ଆଲୋଚନା କରୁଥିଲେ। ଏହି ସମୟରେ ଖୁବ୍‌ ଦ୍ରୁତ ବେଗରେ ଆସୁଥିବା ଉକ୍ତ କାର୍‌ଟି ଭାରସାମ୍ୟ ହରାଇ ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୨ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ଚକ୍ରଧରପୁର ସଦର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଜଣ ଆଖି ବୁଜିଥିଲେ। ଅନ୍ୟ ଆହତମାନଙ୍କ ମଧ୍ୟରୁ ଏବେ ବି ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ସମ୍ବନ୍ଧିତ ଖବର