ଟୋକିଓ: ଉତ୍ତର କୋରିଆ ଉପରେ ଚୀନ୍ ଲଗାଇଥିବା ଆର୍ଥିକ କଟକଣାକୁ ହଟାଇବା ପାଇଁ ଦେଶର ଏକଚ୍ଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍ ଚୀନ୍ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ଙ୍କ ସହାୟତା ଲୋଡ଼ିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ କଟକଣା ନ ହଟାଇଲେ ଦେଶ ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହେବ ବୋଲି କିମ୍ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଉତ୍ତର କୋରିଆକୁ ଏ ଦିଗରେ ସହାୟତା କରିବାକୁ ଜିନ୍ପିଙ୍ଗ୍ ପ୍ରତିଶ୍ରୁତି ଦେଇଥିବା ଜାପାନର ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ମୁତାବକ ଗତ ମାସରେ ଉଭୟ ନେତା ପରସ୍ପରକୁ ଭେଟିଥିଲେ। ଏହି ସମୟରେ କିମ୍ କହିଥିଲେ, ଉତ୍ତର କୋରିଆ ଚୀନ୍ର ଏକ ପ୍ରମୁଖ ସହଯୋଗୀ ରାଷ୍ଟ୍ର ରହିଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଭଲ ରହିଛି। ସେପଟେ ଆମେରିକା-ଉତ୍ତର କୋରିଆ ଶାନ୍ତି କଥାବାର୍ତ୍ତା ମଧ୍ୟ ସଫଳ ହୋଇଛି। ତେଣୁ ଚୀନ୍ ମଧ୍ୟ ନରମ ମନୋଭାବ ପୋଷଣ ପୂର୍ବକ ପୋଙ୍ଗ୍ୟାଙ୍ଗ୍ ଉପରେ ଲଗାଇଥିବା କଟକଣାକୁ ହଟାଇବା ଆବଶ୍ୟକ ବୋଲି କିମ୍ କହିଥିଲେ। ଏହାପରେ ଜିନ୍ପିଙ୍ଗ୍ ସବୁଜ ସଙ୍କେତ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ସିଙ୍ଗାପୁରରେ ଆମେରିକା-ଉତ୍ତର କୋରିଆ ବୈଠକ ପୂର୍ବରୁ କିମ୍ ବେଜିଂ ଗସ୍ତ କରିଥିଲେ। ଚୀନ୍କୁ କିମ୍ ନିଜର କୂଟନୈତିକ ରକ୍ଷକ ଭାବେ ଚୟନ କରିଥିଲେ। ଆମେରିକାର ପ୍ରବଳ ଚାପ ସତ୍ତ୍ୱେ କିମ୍ ଏବେ ପରମାଣୁ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ଏବଂ ଏହା ଚୀନ୍ ସହାୟତାରେ ଚାଲିଥିବା ଜାପାନ କହିଛି। ପରମାଣୁ ନିରସ୍ତ୍ରୀକରଣ ଦିଗରେ ଉତ୍ତର କୋରିଆ ଏବେ ତତ୍କାଳ କୌଣସି ପଦକ୍ଷେପ ନନେେଲେ ଆଗକୁ କୋରିଆ ଉପଦ୍ୱୀପରେ ବଡ଼ ସଙ୍କଟ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି ।