କର୍ଣ୍ଣାଟକ ଜୋକ୍‌ : ସୁପ୍ରିମକୋର୍ଟ ବିଚାରପତି ବି ହ୍ଵାଟ୍ସଆପ ଜୋକ୍ ଶୁଣାଇଲେ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ସରକାର ଗଠନ ପାଇଁ ବିଜେପି, ଜେଡିଏସ ଓ କଂଗ୍ରେସ ମଧ୍ୟରେ ଛକା ପଞ୍ଚା ଚାଲିଛି । ଏହାକୁ ନେଇ ସାରା ଦେଶରେ ରାଜନୈତିକ ପାଣିପାଗ ଗରମ ହୋଇଉଠିଛି । ନେତାମାନଙ୍କୁ ରାତିରେ ନିଦ ହେଉନାହିଁ । କଂଗ୍ରେସ ବାଲା ବାରମ୍ବାର କୋର୍ଟ ଦୌଡୁଛନ୍ତି । ଏହି ଘଟଣା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଏହାକୁ ନେଇ ବିଭିନ୍ନ ଖବର, ମିଛ ଖବର, ଜୋକ୍‌ (ବ୍ୟଙ୍ଗ) ଆଦି ହ୍ଵାଟ୍ସଆପ , ଫେସବୁକ, ଟ୍ଵିଟରେ ବୁଲୁଛି । ଏପିରିକି ସୁପ୍ରିମ କୋର୍ଟରେ ମଧ୍ୟ ବିଚାରପତି ଏକେ ସିକ୍ରି ଗରମାରମ ରାତିଅଧିଆ ବିଚାର ବେଳେ ଏପରି ଏକ ହ୍ଵାଟ୍ସଆପ ଜୋକ୍‌ ଶୁଣାଇଛନ୍ତି ।

ଜୋକଟି ଏହି ଭଳି…
“ ବିଧାୟକମାନେ ଯେଉଁ ହୋଟେଲରେ ଅଛନ୍ତି, ସେହି ହୋଟେଲର ମାଲିକ ରାଜ୍ୟପାଳଙ୍କ ପାଖରେ ପହଞ୍ଚିଯାଇଛି ଓ ନିଜ ପାଖରେ ୧୧୬ ଜଣ ବିଧାୟକଥିବା କହି ସରକାର ଗଠନ ପାଇଁ ଦାବି କରିଛି ।”
ଏହାକୁ ନେଇ କୋର୍ଟରୁମରେ ହାସ୍ୟରୋଳ ଉଠିଥିଲା ।

କେବଳ ଏହି ଜୋକ୍‌ ନୁହେଁ କର୍ଣ୍ଣାଟକକୁ ନେଇ ଆଉ କେତେକ ଜୋକ ମଧ୍ୟ ବୁଲୁଛି ।
“ ଆଜିକାଲି ଇଭିଏମ ବେଶ ଖୁସି ଅଛି । ପ୍ରଥମ ଥର ପାଇଁ କଂଗ୍ରେସିଆ ଇଭିଏମକୁ ଦୋଷ ନଦେଇ ରାଜ୍ୟପାଳଙ୍କୁ ଦୋଷ ଦେଉଛନ୍ତି ।”

“କର୍ଣ୍ଣାଟକରେ କଂଗ୍ରେସର ହାଲତ ଏପରି ହୋଇଛି ଯେ ଯଦି ଜଣେ ବିଧାୟକ ବେଶି ସମୟ ବାଥରୁମରେ ରହିଗଲା ତେବେ ଗୁଲାମ ନବି ଆଜାଦ ସଙ୍ଗେ ସଙ୍ଗେ ଯାଇ ବାଥରୁମର କବାଟ ବାଡଉଛନ୍ତି ଓ କହୁଛନ୍ତି ତୁମେ କଣ ବିକ୍ରି ହୋଇଗଲ କି ?”

“ କଂଗ୍ରେସର କିଛି ବିଧାୟକଙ୍କ ପତ୍ତା ମିଳୁନାହିଁ, ଏଥିପାଇଁ କଂଗ୍ରେସ ଓ ଦେବେଗୌଡାଙ୍କ ମଧ୍ୟରେ କଳି ଚାଲିଛି ଯେ ୧୦୦ କୋଟି ଟଙ୍କା କଥା କିଏ ଉଠାଇଲା, ଆମ ବିଧାୟକମାନେ ଏହାକୁ ସିରିୟସଲି ନେଇଗଲେଣି । ସତ ସତିକା ଆମକୁ ୧୦୦ କୋଟି ମାଗୁଛନ୍ତି ।”

“ବିଜେପି ଜୋକ୍‌ : ଦେଶ ବିଦେଶରେ ସରକାର ଗଠନ ପାଇଁ ଯୋଗାଯୋଗ କରନ୍ତୁ : ଅମିତ ଭାଇ ଶାହା, ଗୁଜୁରାଟ”

ସମ୍ବନ୍ଧିତ ଖବର