କାନପୁର ହସ୍ପିଟାଲ୍‌ରେ ୨୪ ଘଣ୍ଟାରେ ୫ ମୃତ

ନୂଆଦିଲ୍ଲୀ: କାନପୁରରେ ଲାଲା ଲାଜପତ୍‌ ରାୟ ହସ୍ପିଟାଲ୍‌ର ଆଇସିୟୁରେ ଚିକିତ୍ସାଧୀନ ଥିବା ୫ ଜଣ ବରିଷ୍ଠ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ସମସ୍ତ ୫ ଜଣଙ୍କର ମୃତ୍ୟୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ହୋଇଛି। ରୋଗୀଙ୍କ ପରିବାର ବର୍ଗ ଦାବି କରିଛନ୍ତି ଯେ ଆଇସିୟୁରେ ଗତ କିଛିଦିନ ହେବ ଏସି ପ୍ଲାଣ୍ଟ୍‌ କାମ କରୁନାହିଁ। ଫଳରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି।

ସମ୍ବନ୍ଧିତ ଖବର