କର୍ଣ୍ଣାଟକ କଂଗ୍ରେସ ବିଧାୟକ ମାରପିଟ୍:ବିଧାୟକଙ୍କ ବିରୋଧରେ ବିଧାୟକଙ୍କ ଏଫ୍‌ଆଇଆର୍

ହତ୍ୟା ଉଦ୍ୟମ ମାମଲା ଦାଏର, ବିଧାୟକ ସସ୍‌ପେଣ୍ଡ

ବେଙ୍ଗାଲୁରୁ: ଗତକାଲି କଂଗ୍ରେସର ଦୁଇ ବିଧାୟକଙ୍କ ମଧ୍ୟରେ ମାରପିଟ୍ ଆଜି ନୂଆ ମୋଡ଼ ନେଇଛି। ଜଣେ ବିଧାୟକ ତାଙ୍କ ଦଳର ଅନ୍ୟ ଜଣେ ବିଧାୟକଙ୍କ ବି‌େରାଧରେ ଏଫଆଇଆର ଦାଖଲ କରିଛନ୍ତି। ଏହାକୁ ଆଧାର କରି ପୋଲିସ ଅଭିଯୁକ୍ତ ବିଧାୟକଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ଦାୟର କରିଛନ୍ତି। ଏହାସହିତ ଅଭିଯୁକ୍ତ ବିଧାୟକଙ୍କୁ କଂଗ୍ରେସ ଆଜି ସସପେଣ୍ଡ କରିଛି। କର୍ଣ୍ଣାଟକରେ ସରକାର ଗଠନ ପାଇଁ ବିଜେପି କଂଗ୍ରେସ ବିଧାୟକଙ୍କୁ କିଣିବାକୁ ଉଦ୍ୟମ ଚଳାଇଛି ବୋଲି ଖବର ମିଳିବା ପରେ କଂଗ୍ରେସ ଏହାର ବିଧାୟକମାନଙ୍କୁ ବେଙ୍ଗାଲୁରୁ ନିକଟବର୍ତୀ ଏକ ‌େହ‌ାଟେଲରେ ରଖିଛି। ତେ‌େବ ଗତକାଲି ରାତିରେ କୌଣସି ପ୍ରସଙ୍ଗକୁ କେନ୍ଦ୍ର କରି ଦୁଇ ବିଧାୟକ ଆନନ୍ଦ ସିଂହ ଏବଂ ଜେଏନ ‌ଗଣେଶଙ୍କ ମଧ୍ୟରେ ଝଗଡ଼ା ଓ ମାରପିଟ୍ ହୋଇଥିଲା। ଏଥିରେ‌ ଅାନନ୍ଦ ସିଂହ ଗୁରୁତର ଆହତ ହୋଇଥି‌େଲ। ଗତକ‌ାଲି ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା। ଏହି ଘଟଣାକୁ ଚପାଇବା ଲାଗି କଂଗ୍ରେସ ସବୁ ପ୍ରକାର ଉଦ୍ୟମ କରିଥିଲା। ମାତ୍ର ଆହତ ବିଧାୟକ ଆନନ୍ଦ ସିଂହ ଆଜି ଅନ୍ୟ ବିଧାୟକ ଗଣେଶଙ୍କ ବିରୋଧରେ ଏଫଆଇଆର ଦାଖଲ କରିବା ପରେ ସତ ଘଟଣା ପଦାକୁ ଆସିଛି।
ଆନନ୍ଦ ସିଂହ ଅଭିଯୋଗ କରିଛନ୍ତି ଯେ ପରଦିନ ବିଳମ୍ବିତ ରାତିରେ ସେମାନେ ଖାଇସାରି ରୁମକୁ ଯାଉଥିବା ବେଳେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଗଣେଶ ତାଙ୍କୁ ତଳେ ପକାଇ ମାରିଥିଲେ। ଉପସ୍ଥିତ ଅନ୍ୟ ବିଧାୟକମାନେ ତାଙ୍କୁ ଉଦ୍ଧ‌ାର କରିଥିଲେ। ଗଣେଶଙ୍କ ଆଡ଼ୁ ତାଙ୍କ ଓ ତାଙ୍କ ପରିବାର ପ୍ରତି ବିପଦ ରହିଛି ବୋଲି ସେ ପୋଲିସରେ ଅଭିଯୋଗ କରିବା ସହିତ ପୋଲିସ ସୁରକ୍ଷା ଲୋଡ଼ିଛନ୍ତି। ‌ଏହି ଏଫଆଇଆର ଆଧାରରରେ ପୋଲିସ ଗଣେଶଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ଦାୟର କରିଛି।
ବିଧାୟକ ଗଣେଶ ଏଥିଲାଗି ଅାହତ ବିଧାୟକ ଓ ତାଙ୍କ ପରିବ‌ାରକୁ କ୍ଷମା ମାଗିଛନ୍ତି। ଏହାପୂର୍ବରୁ ସେ ଅଲଗା କଥା କହିଥିଲେ। ‌େସ କହିଥିଲେ ‌େଯ ଯିବା ସମୟ‌େ‌ର ଆନନ୍ଦ ତଳେ ପଡ଼ିଯିବାରୁ ଆହତ ହୋଇଥିଲେ।
ଆଜିର ଏହି ଘଟଣା ପ‌େର ପ୍ରଦେଶ କଂଗ୍ରେସ ଅଭିଯୁକ୍ତ ବିଧାୟକ ଗଣେଶଙ୍କୁ ସସପେଣ୍ଡ କରିଛି। ତାଙ୍କ ବିରୋଧରେ ତଦନ୍ତ ଲାଗି ଏକ କମିଟି ଗଠନ କରାଯାଇଛି।
ସୂଚନାଯୋଗ୍ୟ ଯେ ବିଜେପି ଠାରୁ ଲୁଚାଇବାକୁ ଯାଇ କଂଗ୍ରେସ ଏହାର ୭୬ ଜଣ ବିଧାୟକଙ୍କୁ ଏହି ହୋଟେଲରେ ରଖିଛି। ତିନି ଜଣ ବିଧାୟକ ଏବେ ବି ଅପହଂଚ ରହିଛନ୍ତି। ଗଣ୍ଡ‌େଗାଳରେ ଆହତ ଆନନ୍ଦ ସିଂହ ସେମାନଙ୍କ ସହିତ ସଂପର୍କରେ ଅଛନ୍ତି ବୋଲି ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର