୧୦ ଆସନରେ କଂଗ୍ରେସର ପ୍ରାର୍ଥୀ ‌ଘୋଷଣା, ଶିବଗଙ୍ଗାରୁ ଲଢ଼ିବେ କାର୍ତ୍ତି ଚିଦମ୍ବରମ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର ନବମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ନବମ ପର୍ଯ୍ୟାୟରେ କଂଗ୍ରେସ ପକ୍ଷରୁ ୧୦ ଆସନରେ ପ୍ରାର୍ଥୀ ଘୋଷଣା ହୋଇଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମ ଏଥର ତାମିଲନାଡ଼ୁର ଶିବଗଙ୍ଗାରୁ ନିର୍ବାଚନ ଲଢ଼ିବେ। ଆଇଏନ୍‌ଏକ୍ସ ମିଡିଆ ମନି ଲଣ୍ଡ୍ରିଂ ମାମଲା ସାମ୍ନା କରୁଥିବା ଚିଦମ୍ବରମଙ୍କ ଲ‌ଢ଼େଇ ଏଥର ଅଧିକ ଜଟିଳ ହେବ ବୋଲି କୁହାଯାଉଛି। କଂଗ୍ରେସର ଏହି ନବମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମହାରାଷ୍ଟ୍ରର ୪ , ବିହାରରୁ ୩ ଏବଂ ତାମିଲନାଡ଼ୁ, କର୍ଣ୍ଣାଟକ ଓ ଜମ୍ମୁ କଶ୍ମୀରରୁ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ପୂର୍ବତନ ଏନ୍‌ସିପି ନେତା ତାରିକ ଅନୱର ବିହାରର କଟିହାର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ । ସେହିପରି ଦଳର ପୂର୍ବତନ ସାଧାରଣ ସମ୍ପାଦକ ବି ହରିପ୍ରସାଦ କର୍ଣ୍ଣାଟକର ଦକ୍ଷିଣ ବେଙ୍ଗାଲୁରୁ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ। ଏଯାବତ୍‌ କଂଗ୍ରେସ ଦ୍ବାରା ୨୨୭ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର