କେଜରିଓ୍ଵାଲଙ୍କ ସତ୍ୟପାଠ ମିଥ୍ୟା: ଜେଟଲି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିବା କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି ଆଜି କହିଛନ୍ତି ଯେ କେଜରିଓ୍ଵାଲ ଏହି ମାମଲାରେ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି। ଅନ୍ୟପକ୍ଷରେ, ଜେଟ୍‌ଲିଙ୍କ ଏହି କଥାକୁ କେଜରିଓ୍ଵାଲ ଭିତ୍ତିହୀନ ବୋଲି କହିଛନ୍ତି ଏବଂ ସେ ତାଙ୍କ ଆଇନଜୀବୀ ରାମ ଜେଠାମାଳିନୀଙ୍କ ଦ୍ୱାରା ଜେଟ୍‌ଲିଙ୍କ ବିରୋଧରେ କୌଣସି ପ୍ରକାର ଅପମାନସୂଚକ ଶବ୍ଦ ବ୍ୟବହାର କରିନାହାନ୍ତି ବୋଲି ଦିଲ୍ଲୀ ହାଇକୋର୍ଟରେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୫ ମସିହାରେ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍‌ ଆସୋସିଏସନ୍‌ରେ ଆର୍ଥିକ ଅନିୟମିତତା ଦର୍ଶାଇ ଦୁର୍ନୀତି ଅଭିଯୋଗ ଆଣିଥିବା ଆପ୍‌ ନେତାମାନଙ୍କ ବିରୋଧରେ ଜେଟ୍‌ଲି ମାନହାନି ମାମଲା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି ସମୟରେ କେଜରିଓ୍ଵାଲଙ୍କ ଓକିଲ ରାମ ଜେଠାମାଳିନୀ ଜେଟ୍‌ଲିଙ୍କ ବିରୋଧରେ ଅପମାନସୂଚକ ଶବ୍ଦ ବ୍ୟବହାର କରିିଥିଲେ।

ସମ୍ବନ୍ଧିତ ଖବର