ଚୋରି ହୋଇଥିବା କେଜ୍ରିଓ୍ଵାଲଙ୍କ କାର ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର

ଦିଲ୍ଲୀ ସଚିବାଳୟ ସମ୍ମୁଖରୁ ଚୋରି ହୋଇଥିଲା ନୀଳ ରଙ୍ଗର ‘ଓ୍ଵାଗନର୍‌’

ଗାଜିଆବାଦ: ଦିଲ୍ଲୀ ସଚିବାଳୟ ନିକଟରୁ ଦୁଇ ଦିନ ତଳେ ଚୋରି ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କର କାର ଶନିବାର ସକାଳୁ ଉତ୍ତରପ୍ରଦେଶର ଗାଜିଆବାଦରୁ ଉଦ୍ଧାର କରିଛି ପୁଲିସ। ମିଳିଥିବା ସୂଚନା ଅନୁସାରେ ନରେନ୍ଦ୍ର ମୋହନ ହସ୍ପିଟାଲ ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ କେଜ୍ରିଓ୍ଵାଲଙ୍କ ନୀଳ ରଙ୍ଗର କାରକୁ ମୋହନ ନଗର ଅଞ୍ଚଳରୁ ଉଦ୍ଧାର କରାଯାଇଛି। ନର୍ଜନ ସ୍ଥାନରେ ପଡ଼ି ରହିଥବା କାର ସମ୍ପର୍କରେ ସାହିବାବାଦ ପୋଲିସ ଥାନାକୁ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ କେଜ୍ରିଓ୍ଵାଲ ଏହି କାରକୁ କିଣିଥିଲେ। ବର୍ତମାନ କେଜ୍ରିଓ୍ଵାଲ ସରକାରୀ ଗାଡ଼ି ବ୍ୟବହାର କରୁଛନ୍ତି।

ଗାଜିଆବାଦ ଏଏସ୍‌ପି ହରି ନାରାୟଣ ସିଂହ କରିଛନ୍ତି, ଆପ୍‌ ଲେଖା ଥିବା ଓ୍ଵାଗନର ନରେନ୍ଦ୍ର ମୋହନ ହସ୍ପିଟାଲ ନିକଟରୁ ଉଦ୍ଧାର କରାଯାଇଛି। କାର ବିଷୟରେ ଅନେକ ତଥ୍ୟ ମିଳିବା ପରେ ଦିଲ୍ଲୀ ପୁଲିସକୁ ସୂଚନା ଦିଆଯାଇଛି। ସିଂହ କହିଛନ୍ତି, ଏହି କାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଫେରସ୍ତ କରାଯିବ। ସାହିବାବାଦ ଏସ୍‌ଏଚ୍‌ଓ କହିଛନ୍ତି, ପ୍ରୀତମ ନାମ ନେଇ ଜଣେ ବ୍ୟକ୍ତି ଶନିବାର ସକାଳ ୬ଟା ୪୫ରେ ଜଣେ ଲୋକ ଫୋନ୍‌ କରିଥିଲା। ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଓ୍ଵଗନର କାର ଅଦ୍ଭୁତ ଥିଲା। କେଜ୍ରିଓ୍ଵାଲ ଏହି କାର ବ୍ୟବହାର କରି ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ।

ଆପ୍‌ ନେତା କହିଥିଲେ ଚୋରି ହୋଇଥିବା କାର ମୋର, ଫେରାଇ ଦିଅ

arvind kejriwal

  • ଆମ ଆଦମୀ ପାର୍ଟିର ଜଣେ ସମର୍ଥକ ପୂର୍ବରୁ କହିଥିଲେ, ଚୋରି ହୋଇଥିବା କାର ମୋର। ସମର୍ଥକ ଜଣକ ୨୦୧୫ରେ ଦାବି କରିଥିଲେ ଯେ, ସେ ୨୦୧୩ରେ କେଜ୍ରିଓ୍ଵାଲଙ୍କୁ ଉପହାର ଦେଇଥିଲେ। ଦଳୀୟ ବିବାଦକୁ ନେଇ କୁନ୍ଦନ ଶର୍ମା ନାମକ ଜଣେ ବ୍ୟକ୍ତି କହିଥିଲେ, ମୋର କାର ଫେରାଇ ଦିଅ। କୁନ୍ଦର ଜଣେ ସଫ୍ଟେଓ୍ଵର ଇଞ୍ଜିନିୟର ଅଟନ୍ତି।
  • କୁନ୍ଦନ କହିଥିଲେ, ପ୍ରଶାନ୍ତ ଭୂଷଣ ଓ ଯୋଗେନ୍ଦ୍ର ଯାଦବଙ୍କୁ ପାର୍ଟିରୁ ବାହାର କରିବା ନେଇ ମୁଁ ଦୁଃଖିତ। ସେ ଟ୍ଵିଟ କରି କହିଥଲେ, ସେ କେଜ୍ରିଓ୍ଵାଲଙ୍କୁ ତାଙ୍କର ପ୍ରତିଶ୍ରୁତି ମନେ ପକାଇ ଦେଉଛନ୍ତି।
  • କେଜ୍ରିଓ୍ଵାଲ ପ୍ରଥମ ଥର ୪୯ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଥିଲେ। ସେହି ସମୟରେ ସେ ଏହି କାରକୁ ବ୍ୟବହାର କରୁଥିଲେ। ପରେ ସେ ଏହି କାରକୁ ହରିୟାଣାର ଆପ୍‌ ନେତା ନବୀନ ଜୟହିନ୍ଦଙ୍କୁ ଦେଇଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ନବୀନ ଏହି କାରକୁ ରୋହତକରେ ନିର୍ବାଚନ ପ୍ରଚାର ବେଳେ ବ୍ୟବହାର କରୁଥିଲେ।

ଆପ୍‌ ନେତା କ’ଣ କହିଲେ?
କୁନ୍ଦନ କାର ମାଗିଛନ୍ତି। ଏହି ଘଟଣାକୁ ନେଇ ଆପ୍‌ ନେତା ଆଶୁତୋଷ କହିଥିଲେ, ମୁଁ ପ୍ରଥମ ଥର ଶୁଣୁଛି ଯେ, ଉପହାରରେ ଦେଇଥିବା ଜିନିଷକୁ ମଗାଯାଉଛି।

ସମ୍ବନ୍ଧିତ ଖବର