ଦୁବାଇରେ ଭାରତୀୟ ଡ୍ରାଇଭର ଜିତିଲେ ୨୧ କୋଟିର ଲଟେରି

ଦୁବାଇ: ଦୁବାଇରେ ଗାଡ଼ି ଚଳାଉଥିବା ଜନୈକ ଭାରତୀୟ ଡ୍ରାଇଭର ୧୨ ମିଲିୟନ ଦିନାର, ଭାରତୀୟ ମୁଦ୍ରାରେ (୨୧,୨୪,୭୭,୧୪୯ ଟଙ୍କା) ମୂଲ୍ୟର ଏକ ଲଟେରି ଜିତିବା ଘଟଣା ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ଦୁବାଇର ଏକ ଘରୋଇ କମ୍ପାନିରେ ଡ୍ରାଇଭର ଭାବେ କାର୍ଯ୍ୟରତ ଏହି ଭାରତୀୟ ଜଣଙ୍କର ନାମ ହେଉଛି ଜନ୍‌ ଭର୍ଗିଜ୍‌ ଏବଂ ତାଙ୍କର ଘର କେରଳର ପାଠଆନାମ୍‌ଥିଟା ଜିଲ୍ଲା ଅନ୍ତର୍ଗତ ଅରାନ୍‌ମୁଲା ସହରରେ। ଯେତେବେଳେ ମଙ୍ଗଳବାର ଦିନ ଜନ୍‌ ବିଗ୍‌ ଟିକେଟ୍‌ ରାଫେଲ୍‌ ଲଟେରି କମ୍ପାନିରୁ ଫୋନ୍‌ ପାଇଲେ ଯେ ଆବୁ ଧାବି ଅନ୍ତର୍ଜତୀୟ ବିମାନ ବନ୍ଦରରେ ଆୟୋଜିତ ହୋଇଥିବା ବମ୍ପର ଡ୍ରରେ ତାଙ୍କ ଲଟେରି ଲାଗିଯାଇଛି ଓ ସେ ବିଜୟୀ ହୋଇଛନ୍ତି, ସେତେବେଳେ ହଠାତ୍‌ ନିଜକୁ ବିଶ୍ୱାସ କରିପାରି ନଥିଲେ ସେ। ସେ ଭାବିଲେ କେହି ବୋଧହୁଏ ବିଳମ୍ବରେ ତାଙ୍କୁ ଫୋନ୍‌ରେ ‘ଏପ୍ରେଲ ଫୁଲ୍‌’ କରିବାକୁ ଚେଷ୍ଟା କରୁଛି। ଯେତେବେଳେ, ଲଟେରି କମ୍ପାନି କର୍ତ୍ତୃପକ୍ଷ ତାଙ୍କୁ ତାଙ୍କ ଟିକେଟ ନମ୍ବର କହିଲେ, ସେତେବେଳେ ଯାଇ ଖବରରେ ସତ୍ୟତା ଥିବା ବିଶ୍ୱାସ କରିଥିଲେ। ତଥାପି, ଏସଂପର୍କରେ କେରଳରେ ରହୁଥିବା ତାଙ୍କ ପରିବାର ବର୍ଗଙ୍କୁ ଜଣାଇବା ପାଇଁ ସାହସ ଜୁଟାଇ ପରି ନଥିଲେ, କାଳେ ଖବରଟି ମିଥ୍ୟା ଥିବ ଆଶଙ୍କା କରି। ପରେ, ସେ ଲଟେରି କାର୍ଯ୍ୟାଳୟକୁ ଯାଇ ନିଜର ବମ୍ପର ବିଜୟ ବାବଦରେ ନିଶ୍ଚିତ ହେବାପରେ ନିଜ ପରିବାରକୁ ଏ ସଂପର୍କରେ ଜଣାଇଥିଲେ।

ସମ୍ବନ୍ଧିତ ଖବର