ଏମିତି ଏକ ଗାଁ ଯେଉଁଠି ହିନ୍ଦୁ-ମୁସଲମାନ ଭାଇ ଭାଇ : ମସଜିଦ୍ ଯାଆନ୍ତି ହିନ୍ଦୁ !
ତିରୁବନନ୍ତପୁରମ୍ : ଦେଶରେ ଜାତି-ଜାତିକୁ ନେଇ ଧର୍ମ-ଧର୍ମକୁ ନେଇ ସଂଘର୍ଷ ଏ ପର୍ଯ୍ୟନ୍ତ ମଧ୍ୟ ଥମି ନାହିଁ । ଏବେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଜାତି-ଧର୍ମକୁ ନେଇ ହିଂସା ଘଟି ଲୋକ ନିଜର ଜୀବନ ହରାଉଛନ୍ତି । କିନ୍ତୁ ଏବେ ମଧ୍ୟ ଦେଶରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠି ମୁସ୍ଲିମ୍ ଏବଂ ହିନ୍ଦୁମାନେ ଭାଇ-ଭାଇ ଭଳି ରହୁଛନ୍ତି । ହିନ୍ଦୁମାନେ ମସ୍ଜିଦ୍ ଯାଉଥିବା ବେଳେ ମୁସଲମାନମାନେ ହିନ୍ଦୁମାନଙ୍କର ବଡ଼ ପର୍ବ ରଥଯାତ୍ରାରେ ଖୁସିରେ ସାମିଲ ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି କେରଳର ଉଦ୍ୟାଭର ଗାଁରେ । ଏଠାରେ ୧୦୦ମିଟର ଦୂରତାରେ ହିନ୍ଦୁ ମନ୍ଦିର ଏବଂ ମସ୍ଜିଦ୍ ତିଆରି କରାଯାଇଥିବା ବେଳେ ଉଭୟ ହିନ୍ଦୁ ଏବଂ ମୁସଲମାନମାନେ ମିଳିମିଶି ରହିଥାନ୍ତି ।
ଏଭଳି ଚଳଣି ସଂପର୍କରେ ହିନ୍ଦୁ ମନ୍ଦିରର ପୂଜାରୀ ସୁକୁମାର ସେଟ୍ଟୀ କହନ୍ତି, ଏହି ପ୍ରଥା ଆମର ପୂର୍ବଜମାନେ ଆରମ୍ଭ କରିଥିଲେ । ସାରା ଦେଶରେ ଜାତିବାଦକୁ ନେଇ ଅଶାନ୍ତି ଲାଗି ରହିଥିଲେ ମଧ୍ୟ ଆମ ଗ୍ରାମରେ ଧର୍ମକୁ ନେଇ କେବେ ବିବାଦ ହୋଇ ନାହିଁ । ଏହା ସହ ସେମାନଙ୍କର କୌଣସି ପର୍ବପର୍ବାଣି ହେଲେ ଆମେ ଟ୍ରକ ବୋଝେଇ କରି ଫଳ,ପନିପରିବା,ଘିଅ ଇତ୍ୟାଦି ଦେଇଥାଉ । ଯଦି କାହା ଘରେ କୌଣସି ପ୍ରକାରର ଝଗଡ଼ା ହୋଇଥାଏ ତେବେ ଦୁଇ ଧର୍ମର ମୁଖ୍ୟ ମିଶି ତାହାର ସମାଧାନ କରିଥାନ୍ତି । ଆମେ ପରସ୍ପରର ଧର୍ମକୁ ସମ୍ମାନ ଦେବା ସହ ପରସ୍ପରରେ ରୀତିନୀତିକୁ ମଧ୍ୟ ଆପଣାଇଛୁ । ଯାହା ପାଇଁ ଆମେ ଏକାଠି ଶାନ୍ତିରେ ରହି ପାରୁଛୁ ବୋଲି କହିଥିଲେ ।