ଖଜୁରାହ-ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ,ଯାତ୍ରୀ ଆତଙ୍କିତ

ଝାନ୍ସି(ମହୋବା) : ଖଜୁରାହରୁ ଉଦୟପୁରକୁ ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ ଲାଗିଥିବା ଜଣା ପଡ଼ିଛି । ଟ୍ରେନଟି ଚାଲୁଥିବା ବେଳେ ହଠାତ୍‌ ଟ୍ରେନ୍‌ର ଇଞ୍ଜିନରେ ନିଆଁ ଲାଗିଯିବାରୁ ଯାତ୍ରୀମାନେ ଆତଙ୍କିତ ହୋଇ ଯାଇଥିଲେ । କିଛି ଯାତ୍ରୀ ନିଜର ଜୀବନ ବଞ୍ଚାଇବାକୁ ଯାଇ ଟ୍ରେନ୍‌ରୁ ଡ଼େଇଁ ପଡ଼ିଥିବା ବେଳେ ଏଥି ପାଇଁ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ଏ ନେଇ ଖବର ମିଳିବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ । ଏହି ଘଟଣା ପରେ କେହି ମୃତ୍ୟୁବରଣ କରି ନଥିବା ସୂଚନା ମିଳିଛି ।

पत्रिका

ସୂଚନା ମୁତାବକ, ଟ୍ରେନ୍‌ ନମ୍ବର ୧୯୬୬୫ ଖଜୁରାହ-ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସ ଝାନ୍‌ସି ଆଡ଼କୁ ଯାତ୍ରା ଆରମ୍ଭ କରିଥିଲା । ହର୍‌ପାଲପୁର ଷ୍ଟେସନ ର ପାଖା ପାଖି ପହଞ୍ଚି ଥିବା ବେଳେ ହଠାତ୍‌ ଟ୍ରେନ୍‌ର ଇଞ୍ଜିନରୁ ଧୂଆଁ ବାହାରିବାକୁ ଲାଗିଥିଲା । ଦେଖୁ ଦେଖୁ ଟ୍ରେନର ଇଞ୍ଜିନରେ ନିଆଁ ଲାଗି ଯାଇଥିଲା । ଏହି ଦୃଶ୍ୟ ଦେଖିବା ପରେ ଯାତ୍ରୀମାନେ ଆତଙ୍କିତ ହୋଇ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ । କିଛି ଯାତ୍ରୀ ଟ୍ରେନରୁ ଡ଼େଇଁ ପଡ଼ିବାରୁ ଆହତ ହୋଇଥିବା ଜଣା ପଡ଼ିଛି । ଏ ବିଷୟରେ ଜାଣିବା ପରେ ଟ୍ରେନ ଚାଳକ ଜଣକ ଟ୍ରେନ ରୋକିବା ପରେ ଯାତ୍ରୀମାନେ ତଳକୁ ଓହ୍ଲାଇ ପଡ଼ିଥିଲେ । ତେବେ ଏହି ଦୁର୍ଘଟଣାରେ କେହି ମୃତ୍ୟୁବରଣ କରି ନଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର