ତିନ୍‌ ତଲାକ୍‌: ଯୌତୁକରେ ଗାଡ଼ି ନଆଣିବାରୁ ମହିଳାଙ୍କୁ ଛାଡ଼ପତ୍ର, ପରିବାରର ୫ ଗିରଫ

ମୁମ୍ବାଇ: ତିନ୍‌ ତଲାକ୍‌ ମାମଲାରେ ମହାରାଷ୍ଟ୍ରର ଥାନେ ପୁଲିସ୍‌ ଶନିବାର ଜଣେ ମହିଳାଙ୍କ ସମେତ ଏକ ପରିବାରର ୫ ଜଣଙ୍କୁ ଗିରଫ କରିଛି। ପୀଡ଼ିତା ମହିଳା ୨୦୧୯ ମସିହା ଫେବ୍ରୁଆରି ମାସରୁ ତାଙ୍କ ସ୍ବାମୀଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୀଡ଼ିତା ମହିଳା ଅଭିଯୋଗ ଆଣି କହିଛନ୍ତି ଯେ ଅଭିଯୁକ୍ତ ସ୍ବାମୀ ତାଙ୍କୁ ତାଙ୍କ ବାପଘରୁ ଯୌତୁକ ବାବଦରେ ଏକ ବାଇକ୍‌ ଓ ଟଙ୍କା ଆଣିବାକୁ ଚାପ ପକାଉଥିଲେ। ସ୍ବାମୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ମହିଳା ନିଜ ବାପଘରକୁ ଯିବାକୁ ବାହାରିବାରୁ ତାଙ୍କ ସ୍ବାମୀ ତାଙ୍କୁ ୩ ଥର ତଲାକ୍‌ ବୋଲି କହି ବେଆଇନ୍‌ ଭାବେ ଛାଡ଼ପତ୍ର ଦେଇଛନ୍ତି ।

photo–nagaland page

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଚାଲି ଆସୁଥିବା ତିନ୍‌ ତଲାକ ପାଇଁ ବହୁ ମୁସ୍‌ଲମାନ ମହିଳାଙ୍କ ଭବିଷ୍ୟତ ନଷ୍ଟ ହେଉଥିବା କାରଣରୁ ଏହାକୁ ଅସାମ୍ବିଧାନିକ ଘୋଷଣା କରିବାକୁ ୨୦୧୮ ମସିହାରେ ସରକାର ଉଭୟ ରାଜ୍ୟସଭାରେ ତିନ୍‌ ତଲାକ୍‌ ବିଲ୍‌ ପାସ୍‌ କରାଇଥିଲେ। ଏହି ବିଲ୍‌କୁ ପାସ୍‌ କରାଇବା ପାଇଁ ଉପସ୍ଥିତ ସାଂସଦମାନଙ୍କ ମଧ୍ୟରୁ ଅଧିକାଂଶ ସାଂସଦ ମୁସ୍‌ଲମାନ ମହିଳାମାନଙ୍କ ସୁରକ୍ଷାକୁ ସମର୍ଥନ କରି ତିନ୍‌ ତଲାକ ଉଚ୍ଛେଦ ସପକ୍ଷରେ ଭୋଟ୍‌ ଦେଇଥିଲେ। ରାଜ୍ୟ ସଭାରେ ପାସ୍‌ ହୋଇଥିବା ବିଲ୍‌ ପରେ ରାଷ୍ଟ୍ରପତିଙ୍କ ନିକଟକୁ ଯାଇ ଅନୁମୋଦନ ଲାଭ କରିବା ପରେ ତିନ୍‌ ତଲାକ୍‌କୁ ଅସାମ୍ବିଧାନିକ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର