ବିଦ୍ୟାସାଗରଙ୍କ ମୂର୍ତ୍ତି ତୃଣମୂଳ କଂଗ୍ରେସ ଗୁଣ୍ଡାମାନେ ଭାଙ୍ଗିଛନ୍ତି, ମୋଦୀଙ୍କ ଏଭଳି ବୟାନକୁ ନେଇ ମମତା କହିଲେ; ପ୍ରମାଣ କର, ନଚେତ୍ ଜେଲରେ ଭର୍ତ୍ତି କରିଦେବି
କୋଲକାତା : ୨୦୧୯ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ମେ’ ୧୯ରେ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଚରମ ସୀମାରେ ପହଞ୍ଚିଛି । ମଙ୍ଗଳବାର କୋଲକାତାରେ ଅମିତ ଶାହାଙ୍କ ରୋଡ୍ ସୋ’ରେ ହୋଇଥିବା ହିଂସାକାଣ୍ଡ ପାଇଁ ଏବେ କୋଲକାତାର ମାହୋଲ ଗରମ ରହିଛି । ଏହି ହିଂସାକାଣ୍ଡ ବେଳେ ଦାର୍ଶନିକ ଏବଂ ଲେଖକ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ମୁର୍ତ୍ତି ଭାଙ୍ଗି ଦିଆ ଯାଇଥିଲା । ଏହା ପରେ ହିଂସାକାଣ୍ଡ ସମୟରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ମୁର୍ତ୍ତି ଭାଙ୍ଗିଥିଲେ ବୋଲି ମମତା ବାନାର୍ଜୀ ଅଭିଯୋଗ ଆଣିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
WB CM:He (PM) said he’ll make Vidyasagar statue.Bengal has money to make the statue.Can he give back the 200 years old heritage? We’ve proof&you say that TMC has done.Aren’t you ashamed?He should do sit ups for lying so much.Liar.Prove allegations otherwise we’ll drag you to jail pic.twitter.com/v9zKD2xIjW
— ANI (@ANI) May 16, 2019
ତେବେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ ମମତାଙ୍କ ଅଭିଯୋଗକୁ ଖଣ୍ଡନ କରି ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ମୂର୍ତ୍ତି ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ଭାଙ୍ଗିିଥିବା କହିଥିଲେ । ମୋଦୀଙ୍କ ଏଭଳି ବୟାନ ଶୁଣି ମମତା ବାନାର୍ଜୀ ରାଗିଯିବା ସହ ଏତେ ବଡ଼ ମିଛ କହିବା ପାଇଁ ତାଙ୍କୁ ବସ୍ ଉଠ କରାଇବା ଦରକାର । ମୋଦୀ ତୁରନ୍ତ କରିଥିବା ଅଭିଯୋଗ ପ୍ରମାଣ କରନ୍ତୁ । ନଚେତ ତାଙ୍କୁ ମୁଁ ଜେଲ ପଠାଇ ଦେବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କର ବୟାନକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି ।