ଆମେ ହଜ୍‌ରେ ‘ମହରମ୍‌ ପ୍ରଥା’ ବନ୍ଦ କରିଛୁ, ମୁସ୍‌ଲିମ୍‌ ମହିଳାଙ୍କ ପ୍ରତି ଅନ୍ୟାୟ ହେଉଥିଲା: ମୋଦି

ପ୍ରଧାନମନ୍ତ୍ରୀ କହିଲେ ଏଥର ୧୩୦୦ ମୁସ୍‌ଲିମ୍‌ ମହିଳା ‘ହଜ୍‌ ଯାତ୍ରା’ ପାଇଁ ଆବେଦନ କରିଛନ୍ତି

ନୂଆଦିଲ୍ଲୀ: ଟ୍ରିପଲ ତଲାକ ପ୍ରସଙ୍ଗରେ ମୁସଲିମ୍‌ ମହିଳାଙ୍କ ସହିତ ଛିଡ଼ା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ୍‌ କି ବାତ୍‌’ରେ ହଜ୍‌ ତୀର୍ଥଯାତ୍ରୀକୁ ନେଇ ମୁସଲିମ୍‌ ମହିଳାଙ୍କ ସହିତ ହେଉଥିବା ଭେଦଭାବକୁ ଦୁଃଖର ବିଷୟ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ଷ ବର୍ଷ ହେବ ମୁସଲିମ୍‌ ମହିଳାଙ୍କ ସହିତ ଅନ୍ୟାୟ କରାଯାଉଥିଲା କିନ୍ତୁ କେହି ବି ଏ ବିଷୟରେ ଆଲୋଚନା କରୁ ନଥିଲେ।

ମୋଦି କହିଛନ୍ତି, ଅଳ୍ପସଂଖ୍ୟକ ମନ୍ତ୍ରାଳୟ ଆବଶ୍ୟକ ପଦକ୍ଷେପ ଉଠାଇବାକୁ ଯାଇ ମୁସଲିମ୍‌ ମହିଳାଙ୍କୁ ବିନା ମହରମ୍‌ରେ ହଜ ଯିବାପାଇଁ ହେଉଥିବା ନିଷେଧକୁ ବିରାମ ଲଗା ଯାଇଛିି। ଏଥି ସହିତ ୭୦ ବର୍ଷରୁ ଚାଲି ଆସୁଥିବା ପରମ୍ପରାକୁ ଶେଷ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଏକ ଉପଲବ୍ଧି କହିଛନ୍ତି ଯେ, ଆଜି ମୁସଲିମ୍‌ ମହିଳାମାନେ ମହରମ ବିନା ହଜ ଯାଇ ପାରିବେ। ମୁଁ ଭାବୁଛି ଯେ ଏଥର ୧୩୦୦ ମୁସଲିମ୍‌ ମହିଳା ବିନା ମହରମରେ ହଜ ଯିବା ପାଇଁ ଆବେଦନ କରି ସାରିଛନ୍ତି। ଦେଶର ବିଭିନ୍ନ ଅଞ୍ଚଳରୁ ତଥା କେରଳରୁ ଉତ୍ତର ଭାରତର ମହିଳା ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ମହିଳା ହଜ ଯାତ୍ରା କରିବାକୁ ଆବେଦନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଆଗକୁ କହିଛନ୍ତି, ସଂଖ୍ୟାଲଘୁ ମନ୍ତ୍ରାଳୟ ଆବଶ୍ୟକ ପଦକ୍ଷେପ ଉଠାଇବାକୁ ଯାଇ ମୁସଲିମ୍‌ ମହିଳାଙ୍କୁ ବିନା ମହରମରେ ହଜ ଯିବାକୁ ଥିବା ନିଷେଧାଦେଶକୁ ବନ୍ଦ କରିଦେଇଛନ୍ତି। ଫଳରେ ମହିଳା ଏଥର ହଜ ଯିବାରେ କୌଣସି ଅସୁବିଧା ନାହିଁ।

ପ୍ରଧାନମନ୍ତ୍ରୀ କହିଛନ୍ତି, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟକୁ ମୁଁ ପରାମର୍ଶ ଦେଇଛି ଯେ, ଏକାକୀ ଆବେଦନ କରୁଥିବା ମହିଳାଙ୍କୁ ହଜ ଯିବା ପାଇଁ ଅନୁମତି ଦିଆଯାଉ। ଏମିତି ବି ହଜ ଯାତ୍ରା ପାଇଁ ଲଟେରି ବ୍ୟବସ୍ଥା ହୋଇଥାଏ କିନ୍ତୁ ମୁଁ କହୁଛି ଏକାକୀ ଅବେଦନ କରୁଥିବା ମହିଳାଙ୍କ ପାଇଁ ଲଟେରିରୁ ଅଲଗା ବ୍ୟବସ୍ଥା କରାଯାଉ।

ସୂଚନାଯୋଗ୍ୟ ହଜ୍‌ କମିଟି ଅଫ୍‌ ଇଣ୍ଡିଆର ନୀତି ଅନୁସାରେ ପ୍ରଥମ ଥର ପାଇଁ ବିନା ମହରମ୍‌ରେ ମହିଳାଙ୍କୁ ୪ରୁ ଅଧିକ ଗ୍ରୁପରେ ଯାତ୍ରା ପାଇଁ ଅନୁମତି ଦିଆଯାଇଥିଲା। ଏହି ନୂଆ ନୀତି ପରେ ଦେଶବ୍ୟାପୀ ବଡ଼ ସଂଖ୍ୟାରେ ମହିଳାମାନେ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର