ଅଗଷ୍ଟ ୧୫ରୁ କିଛି ରାଜ୍ୟରେ ଆରମ୍ଭ ହେବ ‘ମୋଦିକେୟାର’, ପ୍ରଥମ ପର୍ଯ୍ୟାୟରେ ବିହାର ଓ ୟୁପିରେ ଲାଗୁ ହେବ ନାହିଁ ଏହି ଯୋଜନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ପ୍ରକଳ୍ପ ‘ଆୟୁଷ୍ମାନ ଭାରତ’ ଆଗାମୀ ଅଗଷ୍ଟ ୧୫ରେ ଶୁଭାରମ୍ଭ ହେବ। କେନ୍ଦ୍ର ସରକାର ଏଥିପାଇଁ କାମକୁ ତୀବ୍ର କରି ଦେଇଛନ୍ତି। ଏହି ଯୋଜନାକୁ ‘ମୋଦିକେୟାର’ ମଧ୍ୟ କୁହାଯାଉଛି କିନ୍ତୁ ଏହି ଯୋଜନା କେବଳ ୧୨ରୁ ୧୫ଟି ରାଜ୍ୟରେ ଆରମ୍ଭ ହେବ।

ଏହି ଯୋଜନାର ଚିଫ୍‌ ଆର୍କିଟେକ୍‌ ଡ. ବିନୋଦ ପାଲ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, କିଛି ରାଜ୍ୟ ଯୋଜନାକୁ ଲାଗୁ କରିବା ପାଇଁ ପ୍ରସ୍ତୁତ ନୁହନ୍ତି। ଏଥିପାଇଁ ୧୨ରୁ ୧୫ ରାଜ୍ୟକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇଛି। କିନ୍ତୁ ପ୍ରଥମ ଦିନରୁ ରୋଗୀ ଚୟନ କରାଯାଇଥିବା ହସ୍ପିଟାଲକୁ ଯାଇପାରିବେ। ଏଥି ପାଇଁ ୫ଲକ୍ଷ ଟଙ୍କା ପ୍ରତି ପରିବାରକୁ ବୀମା ଧାର୍ଯ୍ୟ କରାଯାଇଛିା।

ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇ ନଥିବା ରାଜ୍ୟ

୧. ଉତ୍ତରପ୍ରଦେଶ
୨. ବିହାର
୩. ଆସାମ
୪. ପଶ୍ଚିମବଙ୍ଗ

କୁହାଯାଉଛି ଯେ, ଉତ୍ତରପ୍ରଦେଶ, ବିହାର, ଆସାମ ଓ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ମୋଦିକେୟାର ଲାଗୁ ହେବ ନାହିଁ। ଏହି ରାଜ୍ୟଗୁଡ଼ିକରେ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବାକୁ ହେଲେ ଅଧିକ ସମୟ ଦରକାର। ଏହି ରାଜ୍ୟମାନଙ୍କରେ ଯୋଜନା ଲାଗୁ କରିବାକୁ ହେଲେ ଆହୁରି ୬ ମାସ ଅଥବା ଅଧିକ ସମୟ ଦରକାର ଅଛି।

ଡ. ବିନୋଦ ପାଲ କହିଛନ୍ତି, ଘରୋଇ ହସ୍ପିଟାଲକୁ ଏହି ଯୋଜନାକୁ ଅଭିଯୋଗ କରିପାରିବେ ନାହିଁ। କିଛି ହସ୍ପିଟାଲ ନିର୍ଦ୍ଧାରିତ ଦର ଠାରୁ ୪୦ ପ୍ରତିଶତ ଅଧିକ ଚାର୍ଜ ନେଇ ପାରିବେ କିନ୍ତୁ ଏଥିପାଇଁ କିଛି ସର୍ତ୍ତ ରହିବ ନାହିଁ। ସେ କହିଛନ୍ତି ପ୍ରତ୍ୟେକ ହସ୍ପିଟାଲରେ ଆୟୁଷ୍ମାନ ମିତ୍ର ରହିବେ, ଯେଉଁମାନେ କି ରୋଗୀଙ୍କୁ ସହଯୋଗ କରିବେ। ଏହି ହସ୍ପିଟାଲମାନଙ୍କରେ ପ୍ରତ୍ୟେକ ଦିନ ଅଡିଟ ହେବ ଓ ମନିଟର ମଧ୍ୟ କରାଯିବ।

ସମ୍ବନ୍ଧିତ ଖବର