ଏଟିଏମ୍‌ରେ ଟଙ୍କା ଅଭାବ: ଆସନ୍ତାକାଲି ୩୦ଟି ଜିଲ୍ଲାର ସମସ୍ତ ରାଷ୍ଟ୍ରାୟାତ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେବ ବିଜେଡି

ନୂଆଦିଲ୍ଲୀ: ଗତ କିଛି ଦିନ ହେବ  ଦେଶର ଏଟିଏମଗୁଡ଼ିକରେ ଅର୍ଥ ଅଭାବ ନେଇ କେନ୍ଦ୍ର ସରକାରଙ୍କ ଉପରେ ବିଜେଡି ପ୍ରବଳ ମାତ୍ରାରେ ଗର୍ଜିଛି। ଏ ନେଇ ଆସନ୍ତାକାଲି ୩୦ଟି ଜିଲ୍ଲାର ସମସ୍ତ ରାଷ୍ଟ୍ରାୟାତ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ କରିବ ବିଜେଡି। ଭୁବନେଶ୍ୱର ଆରବିଆଇ ସାମନାରେ ବିଜେଡି ଧାରଣା ଦେବ। ଶାନ୍ତିପୂର୍ଣ୍ଣ ଭାବେ ଦିନ ୧୦ରୁ ଦିନ ୧୨ଟା ଯାଏଁ ୨ ଘଣ୍ଟିଆ ପ୍ରତିବାଦ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ପକ୍ଷରୁ କୁହାଯାଇଛି ।

ଓଡିଶାରେ ମଧ୍ୟ ଏଟିଏମଗୁଡ଼ିକରେ ଟଙ୍କା ନାହିଁ। ସାରା ଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସାଧାରଣ ଲୋକ ହନ୍ତସନ୍ତ ହେଉଥିବା ବିଜେଡି କହିଛି। ବିମୁଦ୍ରାକରଣ ପରେ ଆଉ ଏକ ବୋଝ ଲୋକଙ୍କ ଉପରେ ଲଦି ଦିଆଯାଇଛି। ଗତ ୧୫ ଦିନ ହେବ ଏଟିଏମରୁ ଟଙ୍କା ବାହାରୁନି। ଫଳରେ ଦେଶରେ ଆର୍ଥିକ ଅଚଳାବସ୍ଥା ସୃଷ୍ଟି ହୋଇଛି। ମୋଦି ସରକାରଙ୍କ ନୀତି ଯୋଗୁଁ ଅଘୋଷିତ ଜରୁରୀ କାଳୀନ ପରିସ୍ଥିତି ସୃଷ୍ଟି ହୋଇଥିବା ବିଜେଡି ଅଭିଯୋଗ କରିଛି।

ସୂଚନାଯୋଗ୍ୟ ସାରା ଦେଶରେ ଏଟିଏମଗୁଡିକରେ ଟଙ୍କା ନ ଥିବାରୁ ଗ୍ରାହକ ହଇରାଣ ହେଉଛନ୍ତି। ସରକାର ଓ ରିଜର୍ଭ ବ୍ୟାଙ୍କ ଏ ବାବଦରେ ଯେତେ ସଫେଇ ଦେଲେ ବି ପରିସ୍ଥିତିରେ ସେଭଳି କୌଣସି ସୁଧାର ଆସୁନାହିଁ। ଲୋକଙ୍କୁ ଏବେ ବି ଲମ୍ବା ଧାଡିରେ ଏଟିଏମ ଆଗରେ ଛିଡା ହେବାକୁ ପଡୁଛି। ଲୋକେ ଲମ୍ବା ଲାଇନରେ ଛିଡା ହଛଛନ୍ତି। ଟଙ୍କା ପାଇଁ ଲୋକେ ହଇରାଣ ହେଉଛନ୍ତି। ଯେଉଁଠି ଏଟିଏମ ଖୋଲିଛି ସେଠାରେ ଦେଖିବାକୁ ମିଳିଛି ଲମ୍ବା ଧାଡି। ଖରାରେ ଟଙ୍କା ପାଇଁ ଡହଳବିକଳ ହେଉଛନ୍ତି ଲୋକେ।

ସମ୍ବନ୍ଧିତ ଖବର