ପ୍ରା‌ର୍ଥିପତ୍ର ଦାଖଲ କଲେ ମୁଲାୟମ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଆଜି ଉତ୍ତରପ୍ରଦେଶର ମୈନପୁରୀରୁ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେବେ ମୁଲାୟମ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଦୌ ନାହାନ୍ତି ବୋଲି କହିଛନ୍ତି। ଏହି ୭୯ ବର୍ଷୀୟ ସପା ନେତା ଦେଶରେ ସବୁଠୁ ଅଧିକ ଭୋଟ୍‌ରେ ଜିତିବେ ବୋଲି ତାଙ୍କ ପୁଅ ଅଖିଳେଶ ଯାଦବ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ୨ ବର୍ଷ ପୂ‌ର୍ବେ ଅଖିଳେଶ ସପାକୁ ନିଜ ନିୟନ୍ତ୍ରଣକୁ ନେବା ପ‌ରେ ବାପ-ପୁଅଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ଉଠିଥିଲା। ଅନେକ ଥର ମଧ୍ୟ ମୁଲାୟମ ଅଖିଳେଶଙ୍କୁ ସର୍ବସାଧାରଣରେ ସମାଲୋଚନା କରିଛନ୍ତି। ମୈନପୁରୀରୁ କଂଗ୍ରେସ ଏବଂ ପିଏସପିଏଲ୍‌ ମୁଲାୟମ୍‌ଙ୍କ ବିରୋଧରେ କୌଣସି ପ୍ରାର୍ଥୀ ଦେଇନାହିଁ। ଅନ୍ୟପକ୍ଷରେ ବିଜେପି ମଧ୍ୟ ଏହି ଆସନରେ ମୁଲାୟମଙ୍କ ବିରୋଧରେ କାହାକୁ ମଇଦାନ୍‌କୁ ଆଣିବ ତାହା ଏଯାବତ୍‌ ସ୍ଥିର ହୋଇନାହିଁ।

ସମ୍ବନ୍ଧିତ ଖବର