ତିନି ଦିନର ନବଜାତ ଓ ତାର ମା ହେଲେ କରୋନା ଆକ୍ରାନ୍ତ, ସଂକ୍ରମିତ ରୋଗୀଙ୍କ ଶଯ୍ୟା ଦିଆଯାଇଥିବା ନେଇ ଅଭିଯୋଗ ଆଣିଲେ ପରିବାର ଲୋକ

ମୁମ୍ବାଇ: ମୁମ୍ବାଇରେ ୨୬ ବର୍ଷୀୟା ମହିଳା ଓ ତାଙ୍କର ତିନି ଦିନର ନବଜାତ ଶିଶୁ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି। ଅଭିଯୋଗ ହୋଇଛି ଯେ, ଡାକ୍ତରଖାନାରେ କରୋନା ଭୂତାଣୁ ଦ୍ୱାରା ପୀଡିତ ରୋଗୀଙ୍କ ଶଯ୍ୟା ଗର୍ଭବତୀ ମହିଳାଙ୍କୁ ଦିଆଯାଇଥିଲା, ଯାହା ଦ୍ୱାରା ଉଭୟ ଶିଶୁ ଓ ମା ସଂକ୍ରମିତ ହୋଇଛନ୍ତି। ଶିଶୁ ଓ ମହିଳାଙ୍କୁ ମଙ୍ଗଳବାର ଦିନ କୁର୍ଲା ଭବ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ପରେ କସ୍ତୁରବା ଡାକ୍ତରଖାନାର ନୋଡାଲ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି।

Coronavirus in India Live updates: PM Modi to address the nation ...
Business Today

ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ଜଣେ ଡାକ୍ତର ସେମାନଙ୍କୁ ଡାକି ଉଭୟ ମା ଓ ଶିଶୁର କରୋନା ଭୂତାଣୁ ପରୀକ୍ଷା କରିବାକୁ କହିଥିଲେ ସେତେବେଳେ ସେମାନେ ଡାକ୍ତରଖାନାର ଭୁଲ ବିଷୟରେ ଜାଣିଥିଲେ। ଦୁହିଁଙ୍କ ସ୍ୱାବ ନମୁନା ପରୀକ୍ଷା କରାଯିବା ପରେ ରିପୋର୍ଟ ପଜିଟିଭ ଆସିଥିଲା | ବର୍ତ୍ତମାନ ଡାକ୍ତରଖାନାର ଅବହେଳାକୁ ନେଇ ପରିବାର ଲୋକେ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି | ମୁମ୍ବାଇରେ କରୋନା ଭୂତାଣୁ ଦ୍ୱାରା ଅନେକ ଆକ୍ରାନ୍ତ ହୋଇଛନ୍ତି। ମୁମ୍ବାଇରେ ଥିବା ବସ୍ତି ଧରାବୀରେ କରୋନାଭାଇରସ୍ ଦ୍ୱାରା ଲୋକ ଆକ୍ରାନ୍ତ ହେଉଥିବା ଜଣା ପଡିଛି | ଗତକାଲି ଏଠାରେ ଜଣେ କରୋନା ଭୂତାଣୁର ଶିକାର ହୋଇ ମୃତ୍ୟୁବରଣ କରିଥିବା ବେଳେ ଆଜି ଧରାବୀରେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଦ୍ୱିତୀୟ ରୋଗୀ ବିଏମସିର ସଫେଇ କର୍ମଚାରୀ ବୋଲି ଜଣା ପଡିଛି | ସଫେଇ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ପରିବାର ସଦସ୍ୟ ଏବଂ ୨୩ସହଯୋଗୀଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି |

ସମ୍ବନ୍ଧିତ ଖବର