ଯବାନଙ୍କୁ ଅପହରଣ ପରେ ହତ୍ୟା

ନୂଆଦିଲ୍ଲୀ: କ୍ଷିଣ କଶ୍ମୀରର କୁଲଗାମ୍‌ ଜିଲ୍ଲା ଅନ୍ତର୍ଗତ ମୁତାଲହାମା ଅଂଚଳରେ ଆତଙ୍କବାଦୀମାନେ ଜଣେ ଯବାନଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି। ଶୁକ୍ରବାର ମହମ୍ମଦ ସଲିମ ଶାହ ନାମକ କନେଷ୍ଟବଳ କିମୋହ ଗ୍ରାମକୁ ଫେରୁଥିବା ବେଳେ ତାଙ୍କୁ ହିଜବୁଲ୍‌ ଆତଙ୍କବାଦୀ ଅପହରଣ କରିନେଇଥିଲେ । ଏହି ଯବାନ ଜଣକ ବିଭିନ୍ନ ଆତଙ୍କବାଦୀ ନିପାତ ଅଭିଯାନରେ ସାମିଲ ଥିବାରୁ ତାଙ୍କୁ ହିଜବୁଲ ମୁଜାହିଦ୍ଦିନ ଟାର୍ଗେଟ୍‌ କରିଥିଲା। ଅପହୃତ ଯବାନଙ୍କୁ ଠାବ କରିବା ପାଇଁ ପୁଲିସ, ସିଆର୍‌ପିଏଫ୍‌ର ମିଳିତ ଟିମ୍‌୍‌ ଗତ ରାତିରୁ ବିଭିନ୍ନ ସ୍ଥାନରେ ତଲାସି କରିଥିବା ବେଳେ ଆଜି ଅପରାହ୍ନରେ ତାଙ୍କ ଗୁଳିବିଦ୍ଧ ଶରୀର ଠାବ ହୋଇଛି। କଶ୍ମୀରରେ ଏହାପୂର୍ବରୁ ଆତଙ୍କବାଦୀମାନେ ଯବାନ ଔରଙ୍ଗଜେବଙ୍କୁ ଅପହରଣ କରି ହତ୍ୟା କରିଥିଲେ। ଚଳିତ ବର୍ଷ ଆତଙ୍କବାଦୀମାନେ ଆଜି ସୁଦ୍ଧା ୨୫ ଜଣ ଯବାନଙ୍କୁ ହତ୍ୟା କରିଛନ୍ତି। ସଲିମଙ୍କ ହତ୍ୟା କରିଥିବା ଆତଙ୍କବାଦୀମାନେ କୁଲଗାମର କୌଣସି ଏକ ଅଜ୍ଞାତ ସ୍ଥାନରେ ଲୁଚି ରହିଥିବା ଖବର ମିଳିବା ପରେ ୩ଟି ଗ୍ରାମରେ ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ହତ୍ୟାକୁ ବିଭିନ୍ନ ରାଜନୈତିକ ଦଳ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର