ଦୁଇ ମାସ ମଧ୍ୟରେ କରୋନାଭାଇରସ୍ ସେରୋଲଜିକାଲ୍ ଟେଷ୍ଟ୍ କିଟ୍ ତିଆରି କରିବ ଭାରତ: ଆଇସିଏମଆର୍

ନୂଆଦିଲ୍ଲୀ: ଆସନ୍ତା ଦୁଇ ମାସ ମଧ୍ୟରେ ଭାରତ କରୋନାଭାଇରସ୍ ପରୀକ୍ଷା ନିମନ୍ତେ ସେରୋଲଜିକାଲ୍ ଟେଷ୍ଟ୍ କିଟ୍ ତିଆରି କରିବ ବୋଲି ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ୍ ରିସର୍ଚ (ଆଇସିଏମଆର୍) କହିଛି ।

“ଆଇସିଏମଆର’ର ଅନ୍ୟତମ ବିଶେଷଜ୍ଞ ଡାକ୍ତର ଆର୍ ଆର୍ ଗଙ୍ଗାଖେଦକର୍ କହିଛନ୍ତି ଯେ ଏହି ଭୂତାଣୁ ବିସ୍ତାର ଦମନ ହେବା ପରେ ପରେ ଅଧିକ ଗବେଷଣା ଚାଲିବ । କରୋନାଭାଇରସ୍ ସଂକ୍ରମଣ ଉପଚାର ନିମନ୍ତେ ଉନ୍ନତ ପରୀକ୍ଷଣ କିଟ୍, ଔଷଧ ଏବଂ ଟିକା ପ୍ରସ୍ତୁତି କରିବାକୁ ଭାରତ ଉଦ୍ୟମ ଚଳାଇଛି ।

Image Source: The Times of India

ଆଗାମୀ ଦୁଇ ମାସ ମଧ୍ୟରେ ଭାରତ ସେରୋଲଜିକାଲ୍ ଡାଇଗ୍ନୋଷ୍ଟିକ୍ ଟେଷ୍ଟ୍ କିଟ୍ ପ୍ରସ୍ତୁତି କରିପାରିବ ବୋଲି ଆମେ ଆଶା କରୁଛୁ ।

Image Source: FirstPost

କରୋନାଭାଇରସ୍ ସଂକ୍ରାନ୍ତରେ ଗବେଷଣା ଓ ବିକାଶ ନିମନ୍ତେ ଦ୍ରୁତ ନିଷ୍ପତ୍ତି ଗ୍ରହଣ କରିବାକୁ ସରକାର ଏକ ବିଜ୍ଞାନ ଓ ବୈଷୟିକ କମିଟି ଗଠନ କରିଛନ୍ତି । ଭି କେ ପଲ୍ ଏବଂ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟରାଘବନ ଏହି କମିଟିର ଯୁଗ୍ମ ଅଧ୍ୟକ୍ଷ ଅଛନ୍ତି । କୋଭିଡ୍-୧୯ ନିରାକରଣ ନିମନ୍ତେ ତୁରନ୍ତ ନିଷ୍ପତ୍ତି ଗ୍ରହଣ କରିବାକୁ ଏହି କମିଟି “କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ରିସର୍ଚ’, “ଡିପାର୍ଟମେଣ୍ଟ୍ ଅଫ୍ ବାୟୋଟେକ୍ନୋଲଜି’, “ଡିପାର୍ଟମେଣ୍ଟ୍ ଅଫ୍ ସାଇନସ୍ ଆଣ୍ଡ୍ ଟେକ୍ନୋଲଜି, ଅନ୍ୟାନ୍ୟ ବିଜ୍ଞାନ ସଂସ୍ଥା, ବୈଜ୍ଞାନିକ, ଶିଳ୍ପ ଏବଂ ରେଗୁଲେଟରି ସଂସ୍ଥାନ ମଧ୍ୟରେ ସମନ୍ୱୟ ରକ୍ଷା କରିବ ।

ସମ୍ବନ୍ଧିତ ଖବର