ଶତକଡ଼ା ୫୦ ଭାଗ ରାଜପଥ ଡ୍ରାଇଭର୍‌ଙ୍କର ଦୃଷ୍ଟିଦୋଷ ରହିଛି: ଏନ୍‌ଏଚ୍‌ଏଆଇ

ନୂଆଦିଲ୍ଲୀ: ରାଜପଥରେ ଯାନବାହନ ଚଳାଉଥିବା ୬୦୦୦ ଡ୍ରାଇଭର୍‌ଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଦେଖାଗଲା ଯେ ସେମାନଙ୍କ ମଧ୍ୟରୁ ଶତକଡ଼ା ୫୦ ଭାଗ ଡ୍ରାଇଭର୍‌ଙ୍କର ଦୃଷ୍ଟିଦୋଷ ରହିଛି। ଏହା ଦୁର୍ଘଟଣାର ଏକ ପ୍ରମୁଖ କାରଣ ବୋଲି ବୁଧବାର ଦିନ ଜଣେ ଶୀର୍ଷସ୍ତରୀୟ ଅଧିକାରୀ କହିଛନ୍ତି। ବିଶ୍ୱ ସଡ଼କ ଦୁର୍ଘଣାରୁ ୧୧% ହୋଇଥାଏ ଭାରତରେ।

ନେସ୍‌ନାଲ୍‌ ହାଇେଓ୍ଵ ଅଥରିଟି ଅଫ୍‌ ଇଣ୍ଡିଆ (ଏନ୍‌ଏଚ୍‌ଏଆଇ) ଟୋଲ୍‌ ପ୍ଲାଜାଗୁଡ଼ିକରେ ଏକ ତିନିଦିବସୀୟ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିଥିଲା। ସେଥିରେ ୬୦୦୦ ଜଣ ଡ୍ରାଇଭର୍‌ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୩୦୦୦ ଜଣଙ୍କୁ ଚଷମା ବଣ୍ଟନ କରାଯାଇଥିବା କଥା ଅଧିକାରୀ ଜଣକ କହିଛନ୍ତି।

Image Courtesy News Nation

ଦୃଷ୍ଟିଦୋଷ ଥିବା ଡ୍ରାଇଭର୍‌ମାନଙ୍କ ମଧ୍ୟରୁ ୧୦୦୦ ଜଣଙ୍କର ଟୁ-ପ୍ଲସ୍‌ ଲେନ୍‌ସ୍‌ ଆବଶ୍ୟକ ଥାଇ ମଧ୍ୟ ସେମାନେ ବିନା ଚଷମାରେ ଗାଡ଼ି ଚଳାଉଥିଲେ। ଶିଳ୍ପ ପ୍ରତିଷ୍ଠାନ ‘ଆସୋଚାମ୍‌’ ଆୟୋଜନ କରିଥିବା ‘ସେଫ୍‌ ରୋଡ୍‌ ସେଫ୍‌ ଲାଇଫ୍‌’ କାର୍ଯ୍ୟକ୍ରମରେ ଏ କଥା କହିଛନ୍ତି ରାଜପଥ ମନ୍ତ୍ରାଳୟର ସଚିବ ଯୁଦ୍ଧବୀର ମାଲିକ।

ମାଲିକ କହିଛନ୍ତି ଯେ ଏନ୍‌ଏଚ୍‌ଏଆଇ କେବଳ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ପକାଉ ନାହିଁ, ତୁରନ୍ତ ବଣ୍ଟନ ପାଇଁ ପ୍ରତି ଶିବିରରେ ୧. ୭୫ ରୁ ୨. ୫ ଯାଏଁ ପାଓ୍ଵାର୍‌ ଥିବା ଚଷମା ମହଜୁଦ ରଖିଛି।

ଏହାଛଡ଼ା ମାଲିକ କହିଛନ୍ତି ଯେ କିଛି ବର୍ଷ ତଳେ କେବଳ ଭାରତରେ ହିଁ ଜଣେ ବ୍ୟକ୍ତି କର୍ତ୍ତୃପକ୍ଷଙ୍କ ଠାରେ ହାଜର ନ ହୋଇ ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ୍‌ ପାଇ ପାରୁଥିଲେ ଏବଂ ଏକାଧିକ ଲାଇସେନ୍‌ସ୍‌ ରଖି ପାରୁଥିଲେ। କିନ୍ତୁ, ଇଂଲଣ୍ଡ୍‌ ଭଳି ଦେଶରେ ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ୍‌ ପାଇବା ବଡ଼ କଠିନ ବ୍ୟାପାର।

Image Courtesy of India Times

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗାଡ଼ି ଚାଳନା କ୍ଷମତା ବଢ଼ାଇବା ଏବଂ ଗଢ଼ାଇବା ପାଇଁ ଡ୍ରାଇଭିଙ୍ଗ୍‌ ଶିକ୍ଷା ପ୍ରତିଷ୍ଠାନ ସବୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ଉଚିତ। କୌଣସି ଅନୁମୋଦିତ ଡ୍ରାଇଭିଙ୍ଗ୍‌ ସ୍କୁଲ୍‌ରୁ ତାଲିମ୍‌ ପାଇଥିବାର ସାର୍ଟିଫିକେଟ୍‌ ପାଇଥିବା ଜଣେ ବ୍ୟକ୍ତିଙ୍କୁ ଆଉ ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହେବାକୁ ପଡ଼ିବ ନାହିଁ ବୋଲି ନୂତନ ରୋଡ୍‌ ସେଫ୍‌ଟି ବିଲ୍‌ରେ ବ୍ୟବସ୍ଥା ରହିବ।

ମାଲିକ କହିଛନ୍ତି ଯେ ଦୀର୍ଘ ପଥ ବ୍ୟାବସାୟିକ ଗାଡ଼ି ଚାଳନା ଜନିତ କ୍ଳାନ୍ତି ଏବଂ ଅସୁସ୍ଥତା ହିଁ ପ୍ରମୁଖ ଦୁର୍ଘଟନାର କାରଣ। ଜାତୀୟ ରାଜପଥରେ ଆମେ କେବଳ ଟ୍ରକ୍‌ ଚାଳକମାନଙ୍କର ବିଶ୍ରାମ ପାଇଁ ୧୮୩ ସ୍ଥାନ ନିରୂପଣ କରିଛୁ।

ସମ୍ବନ୍ଧିତ ଖବର