ମୋତେ ଭାରତରେ ରାବଣ ଭାବେ ଦର୍ଶାଯାଉଛି, ଭାରତ ଗଲେ ମୋତେ ଲୋକେ ପିଟି ପିଟି ମାରିଦେବେ : ନିରବ ମୋଦି

ନୂଆଦିଲ୍ଲୀ : ରାଷ୍ଟ୍ରାୟତ ପଂଜାବ ନ୍ୟାସନାଲ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଠକି ନେଇଥିବା ପଳାତକ ହୀରା ବ୍ୟବସାୟୀ ନିରବ ମୋଦି ଭାରତକୁ ନ ଫେରିବା ପାଇଁ ନୂଆ ନୂଆ ପ୍ରକାରର ବାହାନା କରୁଛି । ଏବେ ସେ ନିଜ ଓକିଲଙ୍କ ମାଧ୍ୟମରେ କହିଛି ଯେ ଭାରତ ଫେରିଲେ ତାକୁ ଲୋକମାନେ ପିଟି ପିଟି ମାରିଦେବେ । କାରଣ ଭାରତରେ ତାକୁ ରାବଣ ଭାବେ ଚିତ୍ରିତ କରାଯାଉଛି । ନିରବ ମୋଦିର ଓକିଲ ବିଜୟ ଅଗ୍ରଓ୍ଵାଲ ତା ତରଫରୁ ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆଇନର ବିଚାରପତି ଏମଏସ ଆଜମୀଙ୍କ କୋର୍ଟରେ ହାଜିର ହୋଇ ଏହି ଯୁକ୍ତି ରଖିଛନ୍ତି । ତେବେ ନିରବ ମୋଦିର ଏହି ଯୁକ୍ତି ଏହି ମାମଲା ସହ ସଂପର୍କିତ ନୁହେଁ ବୋଲି ଇଡିର ଓକିଲ କହିଛନ୍ତି ।

ଗତ ଜାନୁୟାରୀ ମାସରେ ନିରବ ଓ ତାଙ୍କ ମାମୁ ମେହୁଲ ମେହୁଲ ଭାରତରୁ ପଳାଇଯାଇଥିଲେ । ଉଭୟ ୧୩୫୦୦ କୋଟି ଟଙ୍କାର ପିଏନବି ଋଣଠକେଇ ମାମଲାର ଅଭିଯୁକ୍ତ ଅଛନ୍ତି । ଇଡି ପକ୍ଷରୁ ପୂର୍ବରୁ ହିଁ ନିରବ ଓ ମେହୁଲଙ୍କ ବିରୋଧରେ ଫ୍ୟୁିଜିଟିଭ ଇକନମିକ ଅଫେଣ୍ଡର୍ସ ଅର୍ଡିନାନ୍ସ ଅଧିନରେ ଅଭିଯୁକ୍ତ ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର