ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଦେଇଥିବା କଟକଣା ଧମକ ଯୋଗୁଁ ରଷିଆର ଏସ୍-୪୦୦ ଏୟାର୍ ଡିଫେନ୍ସ୍ ସିଷ୍ଟମ୍ ଭାରତକୁ ଦିଆଯିବାରେ ବିଳମ୍ବ ହେବ ନାହିଁ ଏବଂ ଉଭୟ ପକ୍ଷ ଦେୟ ପୈଠ ନିମନ୍ତେ ପାରସ୍ପାରିକ ବ୍ୟବସ୍ଥା କରି ସାରିଛନ୍ତି ବୋଲି ବୁଧବାର ଦିନ ରୁଷିଆ ଉପବୈଦେଶିକ ମନ୍ତ୍ରୀ ସର୍ଗେ ରିଆବକୋଭ୍ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଯୁଦ୍ଧ ବିକ୍ଷତ ଦେଶକୁ ଭାରତର ବିକାଶମୂଳକ ସହାୟତାକୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ବିଦ୍ରୂପ କରିବାର କିଛି ଦିନ ପରେ ଆଫଗାନିସ୍ଥାନର ବିକାଶ ଲାଗି ଭାରତର ଭୂମିକା ଅପରହାର୍ଯ୍ୟ ବୋଲି ରୁଷ୍ ବିଶ୍ୱାସ କରୁଥିବା କଥା ରିଆବ୍କୋଭ୍ ଏ କଥା ଦଳେ ଭାରତୀୟ ସାମ୍ବାଦିକଙ୍କୁ କହିଛନ୍ତି।
ମସ୍କୋ କହିଛି ନୂଆଦିଲ୍ଲୀ ସହ ବଡ଼ ଧରଣର ସାମରିକ ଯନ୍ତ୍ରପାତି କାରବାର କରିବା ପ୍ରସଙ୍ଗ ଚୂଡ଼ାନ୍ତ କରିବା ସମୟରେ ଆମେରିକୀୟ କଟକଣା ଦ୍ୱାରା ରୁଷ୍ ଚାପଗ୍ରସ୍ତ ହେବ ନାହିଁ। ରୁଷୀୟ ଅଧିକାରୀମାନେ କହିଛନ୍ତି ଯେ ୫. ୪- ବିଲିୟନ୍ ଡଲାର ମୂଲ୍ୟର ଏସ୍-୪୦୦ ସିଷ୍ଟମ୍ର ପ୍ରଥମ ଯୋଗାଣ ୨୦୨୦ରେ କରାଯିବ।