ନଭେମ୍ବର ୧୪ ତାରିଖକୁ ‘ଶିଶୁ ଦିବସ’ ନୁହେଁ ‘ଚାଚା ଦିବସ’ କରାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ଦେଶରେ ପାଳନ କରାଯାଉଥିବା ‘ଶିଶୁ ଦିବସ’କୁ ଜବାହରଲାଲ୍‌ ନେହେରୁଙ୍କ ନାଁ ଠାରୁ ଅଲଗା କରାଇବାକୁ ପ୍ରାୟ ୧୦୦ ବିଜେପି ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ସେମାନେ ଅନୁରୋଧ କରିଛନ୍ତି କି, ଡିସେମ୍ବର ୨୬ ତାରିଖ ଦିନ ‘ଶିଶୁ ଦିବସ’ ପାଳନ କରାଯାଉ।

ସେମାନେ ଦୃଷ୍ଟାନ୍ତ ଦେଇ କହିଛନ୍ତି କି, ଶିଶୁମାନଙ୍କର ମଙ୍ଗଳକାମନା ଉଜ୍ଜିବିତ କରିବା ଅପେକ୍ଷା ନଭେମ୍ବର ୧୪ ତାରିଖ ଶିଶୁମାନଙ୍କ ପ୍ରତି ନେହେରୁଙ୍କ ସ୍ନେହ ଉଦ୍ରେକ କରୁଛି। ସେମାନେ ଲେଖିଛନ୍ତି, ଗୁରୁ ଗୋବିନ୍ଦ ସିଂହଙ୍କ ତିନି ପୁତ୍ର ୧୮ ବର୍ଷିୟ ଶାହିବଜାଦା ଅଜିତ ସିଂହ, ୧୪ ବର୍ଷିୟ ଜୁଜହର ସିଂହ, ୯ ବର୍ଷିୟ ଜୋରଓ୍ଵାର୍‌ ସିଂହ ଏବଂ ୭ ବର୍ଷିୟ ଫତେ ସିଂହ ମୋଗଲଙ୍କ ବିରୋଧରେ ଦେଇଥିବା ମହାନ୍‌ ଆତ୍ମବଳୀ ଦିନ ଶିଶୁ ଦିବସ ପାଳନ କରାଯାଉ।

ଶ୍ରୀ ଜବାହର ଲାଲ୍‌ ନେହେରୁଙ୍କୁ ପିଲାଏ ସ୍ନେହରେ ‘ଚାଚା ନେହେରୁ’ ବୋଲି ସମ୍ବୋଧନ କରୁଥିବାରୁ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ପରିବର୍ତ୍ତେ ‘ଅଙ୍କଲ୍‌ ଡେ’ ବା ‘ଚାଚା ଦିବସ’ ଭାବେ ପାଳନ କରିବାକୁ ସେମାନେ ଚିଠିରେ ଲେଖିଛନ୍ତି। ଛୋଟେ ସାହିବ୍‌ଜାଦେମାନେ ସହିଦ ହୋଇଥିବା ଡିସେମ୍ବର ୨୬ ତାରିଖ ଦିନକୁ ଭାରତରେ ଶିଶୁ ଦିବସ ଭାବେ ପାଳନ କରାଯିବା କଥା। ନିଜ ସାହସ ପ୍ରତି ବିଶ୍ୱାସ ଏବଂ ନ୍ୟାୟ ପାଇଁ ଲଢ଼େଇ ଅଭିଯାନ କଥା ଏହା ପିଲାଙ୍କୁ ସ୍ମରଣ କରାଇ ଦେବ।

୧୦୦ ବିଜେପି ସାଂସଦ ଏହି ପତ୍ରରେ ଦସ୍ତଖତ କରିଛନ୍ତି।

ସମ୍ବନ୍ଧିତ ଖବର