ସିଗାରେଟ ଛାଡ଼ିବା ପାଇଁ ଚେଷ୍ଟା କରୁଥିବା ଲୋକଙ୍କ ପାଇଁ ଖୁସି ଖବର!

ନୂଆଦିଲ୍ଲୀ: ସିଗାରେଟ ଛାଡ଼ିବା ପାଇଁ ଚେଷ୍ଟା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଅର୍ଥାତ୍‌ ତମାଖୁ ଉତ୍ପାଦ ପ୍ୟାକେଟରେ ନୂତନ  ସ୍ୱାସ୍ଥ୍ୟ ଚେତାବନୀ ଜାରି କରାଯାଇଛି। ଏହି ପ୍ରତିକାତ୍ମକ ଚିତ୍ରକୁ ଅଧିକ ଭୟାବହ କରି ଦେଖା ଯାଇଛି। ଏହା ଜରିଆରେ ଲୋକ ତମାଖୁ ସେବନ କରିବା ତ୍ୟାଗ କରିବେ। ଏହି ସଂଶୋଧିତ ଚେତାବନୀ ୨୦୧୮ ସେପ୍ଟେମ୍ବରରୁ ଲାଗୁ ହେବ।

ତମାଖୁ ସେବନ ଅଭ୍ୟାସ ଛାଡ଼ିବା ପାଇଁ ଟୋଲ ଫ୍ରି ନମ୍ବର (୧୮୦୦-୧୧-୨୩୫୬) କୁ ଫୋନ୍‌ କରି ପାରିବେ। ଆର୍ଥାତ୍‌ ଏହି ନମ୍ବରକୁ ଫୋନ୍‌ କଲେ ଆପଣଙ୍କୁ ତମାଖୁ ଛାଡ଼ିବା ନେଇ ସୂଚନା ଦେବା ସହିତ କିପରି ଛାଡ଼ି ପାରିବେ ସେ ନେଇ ସୂଚନା ଦେବ। ଏହି ଅଧିସୂଚନା ତଥା ଚେତାବନୀର ପ୍ରିଣ୍ଟ କରାଇ ଥିବା ସଂସ୍କରଣ ମନ୍ତ୍ରାଳୟର େଓ୍ଵବସାଇଟରେ ଉପଲବ୍ଧ ରହିଛି। ରାଷ୍ଟ୍ରୀୟ ଭାଷାରେ ଏହି ଚେତାବନୀ ମନ୍ତ୍ରାଳୟର େଓ୍ଵବସାଇଟରେ ଖୁବ୍‌ ଶୀଘ୍ର ଉପଲବ୍ଧ ହେବ।

ଜିଏଟିଏସ-୨, ୨୦୧୬-୨୦୧୭ ଅନୁସାରେ, ୧୫ବର୍ଷ କିମ୍ବା ତା’ଠାରୁ ଅଧିକ ବର୍ଷ ବୟସର ତମାଖୁ ସେବନ କରୁଥିବା ଲୋକଙ୍କ ମଧ୍ୟରେ ୬୧.୯ ପ୍ରତିଶତ ସିଗାରେଟ ପିଅନ୍ତି। ସେହିପରି ୫୩.୮ ପ୍ରତିଶତ ବିଡି ଓ ୪୬.୨ ପ୍ରତିଶତ ଲୋକ ତମାଖୁ ସେବନ କରିଥାଆନ୍ତି। ଯେଉଁମାନଙ୍କୁ ପ୍ୟାକେଟରେ ଥିବା ଏହି ନୂତନ ସ୍ୱାସ୍ଥ୍ୟ ଚେତାବନୀ ତମାଖୁ ସେବନ ତ୍ୟାଗ କରିବାରେ ସାହାଯ୍ୟ କରି ପାରିବ।

ସମ୍ବନ୍ଧିତ ଖବର