ମାଡ୍ରାସ୍‌ ହାଇକୋର୍ଟରେ ସର୍ବାଧିକ ମହିଳା ବିଚାରପତି

ଚେନ୍ନାଇ: ଶୁକ୍ରବାର ପୂର୍ବାହ୍ନରେ ମାଡ୍ରାସ ହାଇକୋର୍ଟର ଛଅ ଜଣ ନବ ନିଯୁକ୍ତ ଅତିରିକ୍ତ ବିଚାରପତିଙ୍କୁ ଶପଥ ପାଠ କରାଯାଇଛି। ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୂର୍ବାହ୍ନ ସାଢ଼େ ନଅଟାବେଳେ ନୂତନ ବିଚାରପତିମାନେ ଶପଥ ପାଠ କରିଥିଲେ।

ଛଅ ଜଣ ବିଚାରପତି ନିମ୍ନ ଅଦାଲତରୁ ପଦୋନ୍ନତି ପାଇଛନ୍ତି। ସେମାନେ ହେଉଛନ୍ତି: ଏସ୍‌ ରମାତିଲଗମ, ଆର୍‌ ତାରିଣୀ, ଟି କୃଷ୍ଣାବଳୀ, ଆର୍‌ ହେମଲତା, ପି ରାଜମାଣିକମ୍‌ ଏବଂ ଆର୍‌ ପୋଙ୍ଗିଆପ୍ପାନ।

ଏମାନଙ୍କୁ ମିଶାଇ ମାଡ୍ରାସ୍‌ ହାଇକୋର୍ଟରେ ସମୁଦାୟ ୧୧ ଜଣ ମହିଳା ବିଚାରପତି ହେଲେ। ସମ୍ପ୍ରତି ଦେଶର ଅନ୍ୟ କୌଣସି ହାଇକୋର୍ଟରେ ଏତେ ସଂଖ୍ୟକ ମହିଳା ବିଚାରପତି ନାହାନ୍ତି।

ସମ୍ବନ୍ଧିତ ଖବର