ପ୍ରାୟ ୫ ଲକ୍ଷ ଟଙ୍କାରେ ନିଲାମ ହେଲା ଓଡିଆ ପୁଅ ବିଜୟ ବିଶ୍ୱାଳଙ୍କ ଦ୍ୱାରା ଅଙ୍କିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଚିତ୍ର !
ନୂଆଦିଲ୍ଲୀ : ନିଲାମ ହେଲା ନମୋଙ୍କ ଚିତ୍ର। ଗୋଟିଏ ହାତରେ ବ୍ୟାଗ୍ ଏବଂ ଅନ୍ୟ ହାତରେ ଛତା ଧରି ଯାତ୍ରୀଙ୍କ ଗହଣରେ ରେଲୱେ ଷ୍ଟେସନରୁ ଜଣେ ସାଧାରଣ ବ୍ୟକ୍ତି ଭଳି ଓହ୍ଲାଇ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଚିତ୍ର ୫ ଲକ୍ଷ ଟଙ୍କା ଦରରେ ନିଲାମ୍ ହେବାକୁ ଯାଉଛି । ସବୁଠାରୁ ବଡ କଥା ହେଉଛି ଏହି ଚିତ୍ରକୁ ଓଡିଆ ପୁଅ ବିଜୟ ବିଶ୍ୱାଳ ପ୍ରସ୍ତୁତ କରିଛନ୍ତି । ଏହି ଚିତ୍ରଟିକୁ ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟ, ନୂଆଦିଲ୍ଲୀରେ ନିଲାମ୍ କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଆଶ୍ଚର୍ଯ୍ୟର କଥା ହେଉଛି ଶ୍ରୀ ବିଶ୍ୱାଳ ଏହି ଚିତ୍ରଟିର ଦାମ୍ ୫୦,୦୦୦ ରଖିଥିବା ବେଳେ ନିଲାମ୍ ସମୟରେ ଏହାର ଦାମ୍ ବଢି ୫ ଲକ୍ଷ ଟଙ୍କା ହୋଇଥିଲା । ଜଣେ ଚିତ୍ରଶିଳ୍ପୀଠାରେ ଏହା ଠାରୁ ବଡ ଖୁସି ଆଉ କ’ଣ ହୋଇପାରେ ! ଏହି ଖବରଟିକୁ ଶୁଣି ତାଙ୍କ ଗୋଡ ତଳେ ଲାଗିନଥିଲା । ଶ୍ରୀ ବିଶ୍ୱାଳଙ୍କ ଭାଷାରେ, ‘ମୁଁ ନିଜକୁ ଦୁନିଆର ସବୁଠାରୁ ଖୁସି ଲୋକ ଭାବିଥିଲି ଯେତେବେଳେ ଏହି ଖବରଟି ଶୁଣିଥିଲି। ଓଡିଶାର ଅନୁଗୁଳ ଜିଲ୍ଲାର ପାଲଲହଡାରେ ମୋର ଜନ୍ମ । ସ୍ଥାୟୀ ସରକାରୀ ଚାକିରୀ ଛାଡି ଚିତ୍ର ଆଙ୍କିବା ପେସା କରିଥିବା ଜଣେ ଚିତ୍ରକର ପାଇଁ ଏହି ଖବର ଯେ କେତେ ମହତ୍ତ୍ୱ ରଖେ ତାହା ଭାଷାରେ କହିବା ଅତି କଷ୍ଟକର ବ୍ୟାପାର ।
ଭାରତୀୟ ରେଳବାଇ ନାଗପୁରରେ ଦୁଇ ଦଶନ୍ଧି ଧରି ଟିକେଟ୍ ଇନ୍ସେପେକ୍ଟର ରୁପେ କାର୍ଯ୍ୟରତ ଥିବା ଶ୍ରୀ ବିଶ୍ୱାଳ ସ୍ୱେଚ୍ଛାକୃତ ଭାବେ ମାର୍ଚ୍ଚ ୨୦୧୭ ମସିହାରେ ଚାକିରୀରୁ ଇସ୍ତଫା ନେଇ ଚିତ୍ରକଳା ସହ ଜଡିତ ହୋଇଥିଲେ ।