ଆହ୍ଲାବାଦ: ଆସନ୍ତା ବର୍ଷ ଜାନୁଆରି ୫ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା କୁମ୍ଭ ମେଳା ପାଇଁ ମେଳା ପ୍ରଶାସନ ଖୋଜୁଛି କିଛି ପୁଲିସବାଲା। ଯୋଗ୍ୟତା ହେଲା ପ୍ରାର୍ଥୀ ଯୁବକ ହୋଇଥିବେ, ସ୍ୱଭାବ ଚଳଚଞ୍ଚଳ ହୋଇଥିବ, ନିରାମିଷାଶୀ ହୋଇଥିବେ, ଧୂମ୍ରପାନ କରୁ ନ ଥିବେ ଏବଂ ସେ ମୃଦୁଭାଷୀ ହୋଇଥିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାଛଡ଼ା ସେ ପୁଲିସବାଲାମାନେ ସେମାନଙ୍କ ବରିଷ୍ଠ ଅଧିକାରୀଙ୍କ ଠାରୁ ‘ଉତ୍ତମ ଚରିତ୍ର ପ୍ରମାଣପତ୍ର’ ପାଇଥିବେ। କୁମ୍ଭ ମେଳା ସମୟରେ ଆହ୍ଲାବାଦର କୌଣସି ପୁଲିସ ଡିୟୁଟିରେ ରହିବେ ନାହିଁ ବୋଲି ବିଭାଗ ନିଷ୍ପତ୍ତି।
ଅକ୍ଟୋବର ସୁଦ୍ଧା ନିରାପତ୍ତା ରକ୍ଷୀ ମୁତୟନ ଆରମ୍ଭ ହୋଇଯିବ। ପାରାମିଲିଟାରି କର୍ମଚାରୀଙ୍କ ସମେତ ୧୦, ୦୦୦ରୁ ଅଧିକ ୟୁନିଫର୍ମଧାରୀ ଲୋକ କୁମ୍ଭ ମେଳା ସମୟରେ ଡିୟୁଟିରେ ରହିବେ ବୋଲି ଆଶା କରାଯାଉଛି।
ବିଭିନ୍ନ ପାଇଁ ବୟସ ମଧ୍ୟ ବର୍ଗୀକରଣ କରାଯାଇଛି। ଡିୟୁଟିରେ ମୁତୟନ କରାଯିବାକୁ ଥିବା କନେଷ୍ଟବଳ ୩୫ ବର୍ଷରୁ କମ୍ ହୋଇଥିବେ, ହେଡ୍ କନେଷ୍ଟବଳ ୪୦ ବର୍ଷରୁ କମ୍ ହୋଇଥିବେ ଏବଂ ସବ୍-ଇନ୍ସ୍ପେକ୍ଟର୍ ୪୫ ବର୍ଷରୁ କମ୍ ବୟସ୍କ ହୋଇଥିବେ। କୁମ୍ଭମେଳାର ଡିଆଜି/ଏସ୍ଏସ୍ପି କେ ପି ସିଂହ କହନ୍ତି: ଯେଉଁ ପୁଲିସବାଲାମାନେ ମେଳା ଡିୟୁଟିରେ ରହିବାକୁ ଆବେଦନ କରିଛନ୍ତି ସେମାନଙ୍କ ଚରିତ୍ର ଯାଞ୍ଚ କରିବାକୁ ଆମେ ବରେଲି, ବାଦୌନ୍, ଶାହାଜାହାନପୁର ଏବଂ ପିଲିଭିତ୍ ଏସ୍ଏସ୍ପିଙ୍କୁ ଲେଖିଛୁ।