ଥାନେ: ଥାନେଠାରେ ଆଦିବାସୀମାନଙ୍କର ୧୧୦୧ ଯୋଡ଼ି ବିଶିଷ୍ଟ ଏକ ଗଣବିବାହ ଆୟୋଜିତ ହୋଇଯାଇଛି। ଏହି ଗଣବିବାହ ମହାରାଷ୍ଟ୍ରର ଥାନେସ୍ଥିତ ଶାହପୁର ତଲୁକାଠାରେ ହୋଇଯାଇଛି। ଏଥିରେ ଯାଗ ଦେଇଥିବା ଯୋଡ଼ିମାନେ ହିନ୍ଦୁ ସଂପ୍ରଦାୟର ବୋଲି ଜାଣିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଗଣବିବାହରେ ୧୧୦୧ ଯୋଡ଼ିଙ୍କ ବିଶିଷ୍ଟ ଅନେକ ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଦେଖିବାକୁ ମିଳିଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍, ମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ସାଂସଦ କପିଲ୍ ପାଟିଲ୍ ଉପସ୍ଥିତ ରହିଥିଲେ।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, କପିଲ ପାଟିଲ୍ ଫାଉଣ୍ଡେସନ୍ ଓ ହିନ୍ଦୁ ସେବା ସଂଘର ମିଳିତ ଉଦ୍ୟମରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଗତ ବର୍ଷ ହିନ୍ଦୁ ସେବା ସଂଘ ଏହି ସମାନ ଉତ୍ସବ ଆୟୋଜନ କରିଥିଲା। ଗତବର୍ଷ ଏହି ଗଣବିବାହରେ ୫୦୧ ଯୋଡ଼ି ବିବାହ କରିଥିଲେ।
ସମାଜର ତଳ ବର୍ଗର ଲୋକଙ୍କୁ ଏପରି ଭାବେ ସାମାଜିକ ସାହାଯ୍ୟ ଯୋଗାଇ ଦିଆଯାଉଥିବା ନେଇ ଉତ୍ସବକୁ ମୁଖ୍ୟମନ୍ତ୍ରୀ ଫଡ୍ନାଭିସ୍ ପ୍ରଶଂସା କରିଛନ୍ତି। ଅନେକ ନବବିବାହିତ ଯୋଡ଼ି ନିଜର କୃତଜ୍ଞତା ଜଣାଇଛନ୍ତି।