ପୂର୍ବତନ ର’ ମୁଖ୍ୟଙ୍କ ସହ ମିଶି ବହି ଲେଖିଥିବା ଯୋଗୁଁ ପୂର୍ବତନ ଆଇଏସ୍‌ଆଇ ମୁଖ୍ୟଙ୍କୁ ପାକିସ୍ତାନ ସେନାର ଡକରା

ଇସ୍‌ଲାମାବାଦ: ଭାରତର ପୂର୍ବତନ ଗୁଇନ୍ଦା ମୁଖ୍ୟ ଏଏସ୍‌ ଦୌଲତ୍‌ଙ୍କ ସହ ମିଶି ଲେଖିଥିବା ଏକ ପୁସ୍ତକ ସମ୍ପର୍କରେ କୈଫୟତ୍‌ ଦେବାକୁ ପାକିସ୍ତାନର ପୂର୍ବତନ ଆଇଏସ୍‌ଆଇ ମୁଖ୍ୟ ଅସାଦ ଦୁରାନିଙ୍କୁ ଡକାଇଛି ପାକିସ୍ତାନର ଶକ୍ତିଶାଳୀ ସେନା। ସେ ସାମରିକ କୋଡ୍‌ ଅଫ୍‌ କଣ୍ଡକ୍ଟ୍‌ ଉଲ୍ଲଂଘନ କରିଛନ୍ତି ବୋଲି ଦର୍ଶାଇଛି ପାକିସ୍ତାନୀ ସେନା।

ଅଗଷ୍ଟ୍‍ ୧୯୯୦ରୁ ମାର୍ଚ ୧୯୯୨ ଯାଏଁ ଇଣ୍ଟର୍‌ ସର୍ଭିସ୍‌ ଇଣ୍ଟେଲିଜେନ୍‌ସ୍‌ର ମୁଖ୍ୟ ଥିବା ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ଦୁରାନି ଦୌଲତ୍‌ଙ୍କ ସହ ମିଶି ‘ଦି ସ୍ପାଏ କ୍ରନିକ୍ଲ୍‌ସ୍‌: ର, ଆଇଏସ୍‌ଆଇ ଆଣ୍ଡ୍‌ ଇଲୁସନ୍‌ ଅଫ୍‌ ପିସ୍‌’ ଶୀର୍ଷକ ପୁସ୍ତକ ଖଣ୍ଡେ ରଚନା କରିଛନ୍ତି। ବହିଟି ବୁଧବାର ଦିନ ରିଲିଜ୍‌ ହୋଇଛି।

ଏକ ବିବୃତିରେ ପାକିସ୍ତାନ ସେନା କହିଛି ଯେ ମେ ୨୮ ତାରିଖ ଦିନ ଦୁରାନିଙ୍କୁ ଜେନେରାଲ୍‌ ହେଡ୍‌କ୍ୱାର୍ଟସ୍‌କୁ ଡକାଯାଇଛନ୍ତି। ଉକ୍ତ ପୁସ୍ତକରେ ତାଙ୍କ ପଦବୀ ଉପରେ ଦିଆଯାଇଥିବା ମତ ଉପରେ ସ୍ପଷ୍ଟୀକରଣ ଦେବେ।

ଏହା ମିଲିଟାରି କୋର୍ଡ ଅଫ୍‌ କଣ୍ଡକ୍ଟ୍‌ ଉଲ୍ଲଂଘନ କରୁଥିବାରୁ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପ୍ରତି ମଧ୍ୟ ଲାଗୁ କରାଯାଇ ପାରିବ।
ବହିର ବିଷୟବସ୍ତୁ ଆଲୋଚନା କରିବା ପାଇଁ ଶୁକ୍ରବାର ଦିନ ବହିଷ୍କୃତ ପ୍ରଧାନମନ୍ତ୍ରୀ ଏକ ଉଚ୍ଚ-ଶକ୍ତି ସମ୍ପନ୍ନ ଜାତୀୟ ନିରାପତ୍ତା କମିଟି ଦାବି କରିବା ପରେ ଦୁରାନିଙ୍କୁ ଡକା ଯାଇଛି।

ପୂର୍ବତନ ପାକିସ୍ତାନୀ ସିନେଟ୍‌ ରାଜା ରବ୍‌ବାନି ମଧ୍ୟ ପୁସ୍ତକଟିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଯଦି ଜଣେ ରାଜନେତା ଏ କାମ କରି ଥାଆନ୍ତେ ତାଙ୍କୁ ବିଶ୍ୱାସଘାତ ବୋଲି ଚିହ୍ନିତ କରାଯାଇ ଥାଆନ୍ତା।

ସମ୍ବନ୍ଧିତ ଖବର