ପାକ୍‌ କମାଣ୍ଡରଙ୍କ ଧମକ :୧୨ ମିନିଟ୍‌ରେ ଧ୍ୱଂସ କରିଦେବୁ ଇସ୍ରାଏଲ

ଇସଲାମାବାଦ : ପାକିସ୍ତାନ ସେନାର ଜଣେ ବରିଷ୍ଠ କମାଣ୍ଡର ଇସ୍ରାଏଲ୍‌୍‌କୁ ମାତ୍ର ୧୨ ମିନିଟ୍‌ରେ ଧ୍ୱଂସ କରିଦେବାକୁ ଧମକ ଦେଇଛନ୍ତି। ପାକିସ୍ତାନ ଏଥିପାଇଁ ସଂପୂର୍ଣ୍ଣ ସକ୍ଷମ ଏବଂ ଇସ୍ରାଏଲରେ ପ୍ରଳୟ ଘଟାଇ ପାରିବ ବୋଲି ସେ କହିଛନ୍ତି। ପାକିସ୍ତାନର ଚିଫ୍‌ ଅଫ୍‌ ଷ୍ଟାଫ୍‌୍‌ କମିଟିର ଅଧ୍ୟକ୍ଷ ଜେନେରାଲ ଜୁବେର ମହମ୍ମଦ ହୟାତ କହିଛନ୍ତି ଯେ ଯଦି ଇସ୍ରାଏଲ ପାକିସ୍ତାନ ଉପରେ କେବେ ଆକ୍ରମଣ କରିବାକୁ ପ୍ରୟାସ କରିବ ତା’ହେଲେ ସମଗ୍ର ଇସ୍ରାଏଲ ମାତ୍ର ୧୨ ମିନିଟ୍‌ରେ ଛାରଖାର ହୋଇଯିବ। ଇହୁଦିମାନଙ୍କୁ ପାକିସ୍ତାନ ବିରୋଧ କରୁଛି ଏବଂ ଇସ୍ରାଏଲ ପାକିସ୍ତାନର ପ୍ରମୁଖ ଶତ୍ରୁରାଷ୍ଟ୍ର ବୋଲି ମଧ୍ୟ ସେ ବୟାନ ଦେଇଛନ୍ତି।

ସମ୍ବନ୍ଧିତ ଖବର