ପାକିସ୍ତାନ ପୁଣି ଦୋହରାଇଲା ଭାରତର ସୀମାପାର ‘ସର୍ଜିକାଲ ଷ୍ଟ୍ରାଇକ୍‌’ ମିଛ

ନୂଆଦିଲ୍ଲୀ: ପାକିସ୍ତାନ ସୀମାପଟେ ରହିଥିବା ଆତଙ୍କବାଦୀମାନଙ୍କ ଆଡ୍ଡା ଉପରେ ଭାରତୀୟ ସେନା ପକ୍ଷରୁ ଯେଉଁ ‘ସର୍ଜିକାଲ ଷ୍ଟ୍ରାଇକ୍‌’ କରା ଯାଇଥିଲା ସେ ସଂପର୍କରେ ପୂର୍ବରୁ ପାକିସ୍ତାନକୁ ଅବଗତ କରାଯାଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ଘୋଷଣାର ଦିନକ ପରେ, ଆଜି ପାକିସ୍ତାନ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ପାକିସ୍ତାନ ସୀମା ଭିତରେ ଭାରତୀୟ ସେନାର ‘ସର୍ଜିକାଲ ଷ୍ଟ୍ରାଇକ୍‌’ ନେଇ ପ୍ରଧାନମନ୍ତ୍ରୀ ମୋଦି କରୁଥିବା ଦାବି ‘ସଂପୂର୍ଣ୍ଣ ମିଥ୍ୟା’ ଓ ‘ଆଧାରଶୂନ୍ୟ’ ବୋଲି କହିଛି ପାକିସ୍ତାନ।

ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ମହମ୍ମଦ ଫୈଜାଲ୍‌ ଆଜି ଇସ୍‌ଲାମାବାଦ ଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ଯେ ଭାରତର ‘ସର୍ଜିକାଲ ଷ୍ଟ୍ରାଇକ୍‌’ ନେଇ ମୋଦି କରୁଥିବା ଦାବି ‘ସଂପୂର୍ଣ୍ଣ ମିଥ୍ୟା’ ଓ ‘ଆଧାରଶୂନ୍ୟ’। ‘ଗୋଟିଏ ମିଥ୍ୟାକୁ ବାରମ୍ବାର ଦୋହରାଇଲେ ଏହା କେବେ ହେଲେ ବି ସତ୍ୟରେ ପରିଣତ ହୁଏନାହିଁ’, ବୋଲି କହିଛନ୍ତି ଫୈଜାଲ୍‌। ଅନ୍ୟପକ୍ଷରେ ଭାରତ ଏକ ଆତଙ୍କବାଦୀ ରାଷ୍ଟ୍ର ଯିଏକି ଆତଙ୍କବାଦୀମାନଙ୍କୁ ପ୍ରୋତ୍ସାହନ ଦେଉଛି ଓ ସେମାନଙ୍କର ମୁଖିଆ ସାଜିଛି ବୋଲି, କୁଲ୍‌ଭୂଷଣ ଯାଦବର ଦୃଷ୍ଟାନ୍ତ ଦେଇ କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ମହମ୍ମଦ ଫୈଜାଲ୍‌।

Indian army soldiers patrol near the Line of Control in Nowshera sector, about 90 kilometers from Jammu, India, Sunday, Oct. 2, 2016. India said Thursday it carried out “surgical strikes” against militants across the highly militarized frontier that divides the Kashmir region between India and Pakistan, in an exchange that escalated tensions between the nuclear-armed neighbors. (AP Photo/Channi Anand)

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲଣ୍ଡନ ଠାରେ ଆୟୋଜିତ ‘ଭାରତ କି ବାତ୍‌ ସବ୍‌କେ ସାଥ୍‌’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଭାରତ ଆତଙ୍କବାଦୀମାନଙ୍କୁ କଦାଚିତ୍‌ ବରଦାସ୍ତ କରିବ ନାହିଁ କିମ୍ବା ଆତଙ୍କବାଦ ରପ୍ତାନିକୁ ପ୍ରଶ୍ରୟ ଦେବ ନାହିଁ; ବରଂ ସେମାନେ ଯେଉଁ ଭାଷା ବୁଝନ୍ତି, ସେମାନଙ୍କୁ ସେଇ ଭାଷାରେ ଉତ୍ତର ଦେବ।’ ପ୍ରଧାନମନ୍ତ୍ରୀ ମୋଦି ଭାରତର ‘ସର୍ଜିକାଲ ଷ୍ଟ୍ରାଇକ୍‌’କୁ ଦୃଷ୍ଟିରେ ରଖି ଏହି ବକ୍ତବ୍ୟ ପ୍ରଦାନ କରିଥିବାରୁ ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆଜି ଏହି ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର