ଭାରତର ଡ୍ରୋନ୍‌କୁ ଖସାଇବାର ଦାବି କଲା ପାକିସ୍ତାନ, ଉମର ଅବଦୁଲ୍ଲା ଉଡାଇଲେ ମଜାକ୍‌

କଶ୍ମୀର: ପାକିସ୍ତାନ ସେନା ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରିବା ସହିତ ଭାରତ ବିରୋଧି ବୟାନ ବି ଜାରି କରୁଛି। ପାକିସ୍ତାନ ଶନିବାର ଦାବି କରି କହିଛି ଯେ, ନିୟନ୍ତ୍ରଣ ରେଖା ଉପରେ ଏକ ଭାରତୀୟ ଗୁଇନ୍ଦା ବିଭାଗ ଡ୍ରୋନ୍‌କୁ ଗୁଳି ମାରି ପାକିସ୍ତାନ ସେନା ଖସାଇ ଦେଇଛି। ତେବେ ଏହି ଖବରକୁ ପାକିସ୍ତାନର ସେନା ପ୍ରବକ୍ତା ମେଜର ଜେନରଲ ଆସିଫ ଗଫୁର ସୋସିଆଲ ମିଡିଆ ଜରିଆରେ କହିଛନ୍ତି।

ପାକିସ୍ତାନର ସେନା ପ୍ରବକ୍ତା ମେଜରଙ୍କ ଏହି ଦାବି ପରେ ସୋସିଆଲ ମିଡିଆରେ ଏହାକୁ ନେଇ ବହୁ ପରିହାସ କରାଯାଉଛି। ଜମ୍ମୁ ଓ କଶ୍ମୀରର ପୂର୍ବ ସିଏମ ଉମର ଅବଦ୍ଦୁଲା ବି ଟୁଇଟ କରି ପାକିସ୍ତାନ ସେନାଙ୍କ ଦାବିର ମଜାକ ଉଡାଇଛନ୍ତି। ଉମର ଅବଦ୍ଦୁଲା କହିଛନ୍ତି, ଏଭଳି ଖେଳନା ଆମ ପାଖରେ ବି ଅଛି। ଆଉ ଯଦି ଏହି ଖେଳାନାକୁ ନଷ୍ଟ କରି କୌଣସି ପାକିସ୍ତାନ ସେନାକୁ ପଦୋନ୍ନତି ଦରକାର ତେବେ ସେ ଏହାକୁ ଉଡାଇ ପାକିସ୍ତାନ ପଠାଇ ପାରିବି।

ସେନା ପ୍ରବକ୍ତା ମେଜର ଜେନରଲ ଆସିଫ ଗଫୁର ସୋସିଆଲ ମିଡିଆ ଜରିଆରେ ଏକ ଘୋଷଣା କରିଛନ୍ତି କି, ଡ୍ରୋନ୍‌ ତାଙ୍କ ଅଞ୍ଚଳରେ ସୀମା ଉଲଘଂନ କରି ଥିବାରୁ ସେମାନେ ତାହାକୁ ଗୁଳିକରି ଖସାଇ ଦେଇଛନ୍ତି। ସୀମାରେଖାର ୬୦ ମିଟର ଭିତରକୁ ଭାରତୀୟ ଡ୍ରୋନ୍‌ ପଶି ଆସିଥିଲା।ଏଥିସହିତ ସେମାନେ ଡ୍ରୋନର ଭଗ୍ନାଂଶକୁ ମଧ୍ୟ ନିଜ କବଜାରେ ରଖିଛନ୍ତି। ଆମେରକା ନିକଟରେ ଦୃଢ଼ ଅଭିଯୋଗ କରି ଗଫୁର କହିଛନ୍ତି, ତାଙ୍କ ଦେଶ ଦ୍ୱାରା ପ୍ରେରିତ ଡ୍ରୋନକୁ ଭାରତକୁ ନ ପଠାଇବାକୁ।

ପାକିସ୍ତାନର ଇସ୍‌ଲାମବାଦରେ ଥିବା ଆମେରିକା ଦୂତାବାସକୁ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ପ୍ରବକ୍ତା ନଫିଜ୍‌ ଜାକାରିୟା ଶୁକ୍ରବାର ଦିନ ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ଟ୍ରମ୍ପ ସରକାର ଭାତର ବାୟୁସେନାର ଆଧୁନିକୀକରଣ କରିବା ଲାଗି ଭାରତକୁ ସ୍ପାଇ ଡ୍ରୋନ କାରବାର କରାଇଥିଲା, କିନ୍ତୁ ତାହା ମିସାଇଲ ଟେକ୍ନୋଲୋଜି କଣ୍ଟ୍ରୋଲ ଶାସନ ଅଞ୍ଚଳ ଏବଂ ମଲ୍ଟି ଲିଟରାଲ ନିୟନ୍ତ୍ରଣ ଶାସନ ଅଧୀନରେ ରହିବା ଦରକାର । ତାହାକୁ ଭାରତ ଦୁରୂପୋଯୋଗ କରି ଗୁପ୍ତ ତଥ୍ୟ ହାସଲ କରିବାପାଇଁ ଚେଷ୍ଟା କରୁଛି।

ଏହା ଦ୍ୱିତୀୟଥର ଯାହାକି ପାକିସ୍ତାନ ସେନା ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ଡ୍ରୋନ୍‌କୁ ଖସାଇଥିବାର ଦାବି କରିଥିଲା। ଗତବର୍ଷ ପାକିସ୍ତାନର ପୂର୍ବ ମେଜର ଜନରଲ ଅସିମ ବାଜବା ଡ୍ରୋନକୁ ଖସାଇ ଥିବାର ଦାବି କରିଥିଲେ। କିନ୍ତୁ ପାକିସ୍ତାନ ଭାରତ ଡ୍ରୋନ୍‌କୁ ଖସାଇ ଥିବାର ଘଟଣା ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା। ପାକିସ୍ତାନ ଡ୍ରୋନ୍‌ କୌଣସି କାରଣୁ ଦୁର୍ଘଟଣାର ଶିକାର ହୋଇ ନଷ୍ଟ ହୋଇଯାଇଥିଲା। ଅପମାନରୁ ବର୍ତ୍ତିବା ପାଇଁ ପାକିସ୍ତାନ ଭାରତ ଉପରେ ଏହି ଦୋଷ ଲଦି ଦେଇଥିଲା। ଫଟୋ ଚିତ୍ର ମୁତାବିକ ଡ୍ରୋନ୍‌ ଭାରତର ନଥିଲା ବରଂ ଏହା ଚୀନରେ ପ୍ରସ୍ତୁତ ହୋଇଥିଲା।

 

ସମ୍ବନ୍ଧିତ ଖବର