ଶ୍ରୀନଗର: ସମ୍ଭବତଃ ସର୍ଜିକାଲ୍ ଷ୍ଟ୍ରାଇକ୍କୁ ଡରି ପାକିସ୍ତାନ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଥିବା ଆର୍ମି କ୍ୟାମ୍ପ୍ ନିକଟ ଲଞ୍ଚ୍ ପ୍ୟାଡ୍ରୁ ଆତଙ୍କବାଦୀମାନଙ୍କୁ ସ୍ଥାନାନ୍ତର କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜୈସ୍-ଏ-ମହମ୍ମଦ ସିଆର୍ପିଏଫ୍ ଉପରେ ହୋଇଥିବା ଆକ୍ରମଣର ଜବାବ ଦେବା ନିମନ୍ତେ ସଶସ୍ତ୍ର ବଳକୁ ମୋଦି ସରକାର ପୂର୍ଣ୍ଣ କ୍ଷମତା ଦେବାରୁ ପାକିସ୍ତାନ ସେନା ଆତଙ୍କବାଦୀ ସ୍ଥାନାନ୍ତର ଆରମ୍ଭ କରିଛି। ଉଭୟ ପାର୍ଶ୍ୱରେ ଉତ୍ତେଜନା ଲାଗି ରହିଥିଲେ ବି ସୀମାନ୍ତରେ ଗୁଳିଗୋଳା ଫୁଟିବା କି ସୈନ୍ୟ ମୁତୟନ ହୋଇ ନାହିଁ ବୋଲି ଶୀର୍ଷ ସ୍ତରୀୟ ଗୁଇନ୍ଦା ତରଫରୁ କୁହାଯାଇଛି।
ଆଜି ସୁଦ୍ଧା ନିୟନ୍ତ୍ରଣ ରେଖା ଆରପାରିରେ ଆମେ କୌଣସି ଆକ୍ରମଣ କରିବାକୁ ସ୍ଥିର କରିନାହୁଁ। ସେଠାରୁ ଆତଙ୍କବାଦୀମାନେ ଏପାଖକୁ ଅନୁପ୍ରବେଶ କରନ୍ତି।
ଗୁଇନ୍ଦାସୂତ୍ରରୁ ପ୍ରକାଶ ଯେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଆଶଙ୍କା କରି ବୋଧହୁଏ ପାକିସ୍ତାନ ଏ ବର୍ଷ ସୀମାନ୍ତରେ ଥିବା ଶୀତକାଳୀନ ସେନା ଶିବିର ଖାଲି କରି ନାହିଁ। ସେଥିପାଇଁ ପ୍ରତିବର୍ଷ ଖାଲି ହେଉଥିବା ପ୍ରାୟ ୫୦ ରୁ ୬୦ ଶୀତକାଳୀନ ଶିବିରରେ ଏ ପର୍ଯ୍ୟନ୍ତ ସୈନିକ ମହଜୁଦ ଅଛନ୍ତି।