ଆମେରିକା, ଋଷିଆ ପରେ ସର୍ବାଧିକ ଆଣବିକ ଅସ୍ତ୍ର ପାକିସ୍ତାନ ପାଖରେ, ସମଗ୍ର ବିଶ୍ୱ ପାଇଁ ବିପଦ ମାଡିଆସୁଛି

ଓ୍ଵାସିଂଟନ: ଦିନକୁ ଦିନ ଅସ୍ଥିରତା ବଢୁଥିବା ସତ୍ତ୍ୱେ ଆଣବିକ ଅସ୍ତ୍ରଶସ୍ତ୍ର ତିଆରି କରିବାରେ କୌଣସି ଅବହେଳା କରୁନାହିଁ ପାକିସ୍ତାନ । ଆଣବିକ ବୋମା ତିଆରିକୁ ବିକାଶ ବୋଲି ଭାବୁଛି ଏହି ଦେଶ । ଏପରି ଅବସ୍ଥା ବଜାୟ ରହିଲେ ଆଉ କିଛି ଦିନ ପରେ ପାକିସ୍ତାନ ଆମେରିକା ଓ ଋଷିଆ ପରେ ୩ୟ ସର୍ବାଧିକ ଆଣବିକ ଅସ୍ତ୍ର ରଖିଥିବା ଦେଶରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛନ୍ତି ଆମେରିକାର ସାମରିକ ବିଶେଷଜ୍ଞ ଜୋଶେଫ୍‌ ମିକାଲେଫ । ସେ କହିଛନ୍ତି ଯେ ପାକିସ୍ତାନ ଏବେ ସ୍ପଳ୍ପ କ୍ଷମତା ସଂପନ୍ନ ଆଣବିକ ବୋମା ତିଆରି କରୁଛି । ଏଗୁଡ଼ିକର କ୍ଷମତା ୫ରୁ ୧୦ କିଲୋଟନ ମଧ୍ୟରେ ରହିବ । କ୍ଷମତା ଓ ପ୍ରଭାବ ପରିସର କମ ହୋଇଥିଲେ ମଧ୍ୟ ଏଗୁଡ଼ିକର ଆକାର ଛୋଟ ହୋଇଥିବାରୁ ନେବା ଆଣିବା ସହଜ ହୋଇଥାଏ । ଏହି କାରଣରୁ ଏଗୁଡ଼ିକ ଆତଙ୍କବାଦୀ ସଂସ୍ଥାମାନଙ୍କ ହାତରେ ଲାଗିବାର ଆଶଙ୍କା ରହିଛି । ପାକିସ୍ତାନ ବିଗତ ଅନେକ ବର୍ଷ ଧରି ବିଶ୍ୱର ପ୍ରମୁଖ ଆତଙ୍କବାଦୀ ସଂଗଠନମାନଙ୍କର ଚରାଭୂଇଁ ହୋଇରହିଛି । ଏଣୁ ପାକିସ୍ତାନ ଯୋଗୁଁ କେବଳ ଦକ୍ଷିଣ ଏସିଆ ନୁହେଁ ସମଗ୍ର ବିଶ୍ୱ ପାଇଁ ବିପଦରେ ପଡିବାକୁ ଯାଉଛି । ସେ କହିଛନ୍ତି ଯେ କେବଳ ଭାରତ ପାକିସ୍ତାନ ବିବାଦ ଦୃଷ୍ଟି କୋଣରୁ ଏହାକୁ ବିଚାର କରିବା ଠିକ ହେବ ନାହିଁ ବରଂ ଏହାକୁ ସମଗ୍ର ବିଶ୍ୱର ସୁରକ୍ଷା ଦିଗରେ ଦେଖିବା ଆବଶ୍ୟକ ।

ସମ୍ବନ୍ଧିତ ଖବର