ଲକ୍ଷେ ଟଙ୍କା ଦିଅ, ଯାଇ ସେ କୋଣରେ ବସ: ନାଗେଶ୍ୱର ରାଓଙ୍କୁ କହିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସୁପ୍ରିମ୍‌ କୋର୍ଟ ଅସ୍ଥାୟୀ ସିବିଆଇ ନିର୍ଦେଶକ ଏମ୍‌ ନାଗେଶ୍ୱର ରାଓଙ୍କୁ ଅଦାଲତ ଅବମାନନା ଲାଗି ଦୋଷୀ ସାବସ୍ତ୍ୟ କରି ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ କହିଛନ୍ତି। ଜରିମାନା ଛଡ଼ା, ଆଜି ଦିନର କାର୍ଯ୍ୟ ଶେଷ ହେବା ଯାଏଁ ଅଦାଲତର ଗୋଟାଏ କୋଣରେ ବସି ରହିବାକୁ ତାଙ୍କୁ ବିଚାପତି ନିର୍ଦେଶ ଦେଇଛନ୍ତି।

ନାଗେଶ୍ୱର ରାଓଙ୍କ ଆଇନଗତ ପରାମର୍ଶ ଦାତାଙ୍କ ଉପରେ ମଧ୍ୟ ସୁପ୍ରିମ୍‌ କୋର୍ଟ ୧ ଲକ୍ଷ ଟଙ୍କା ଜରିମାନା ପକାଇଛନ୍ତି। ମୁଜାଫରପୁର ଆଶ୍ରୟ ଗୃହ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ତଦନ୍ତକାରୀ କର୍ମଚାରୀଙ୍କ ବଦଳି ଲାଗି ସୁପ୍ରିମ୍‌ କୋର୍ଟ ନାଗେଶ୍ୱର ରାଓଙ୍କୁ ଭର୍ତ୍ସନା କରିଛନ୍ତି। ସୁପ୍ରିମ୍‌ କୋର୍ଟଙ୍କ ଆଦେଶକୁ ବିରୋଧ କରି ଏହି ବଦଳି କରାଯାଇଥିଲା।

ରାୟ ଶୁଣାଇ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି: ଅଦାଲତ ଅବମାନନା ହୋଇଛି। ନାଗେଶ୍ୱର ରାଓଙ୍କ କ୍ୟାରିୟର୍‌ରେ ଦାଗ ଲାଗିବ।

ଏ କଥାରେ ଆଟର୍ଣ୍ଣି ଜେନେରାଲ୍‌ କେ କେ ବେଣୁଗୋପାଳ କହିଲେ କି, ୩୨ ବର୍ଷ ମଧ୍ୟରେ ରାଓଙ୍କର ନିଷ୍କଳଙ୍କ ରେକର୍ଡ ରହିଛି। ସେ କ୍ଷମା ଯାଚନା କରିଥିବାରୁ ଦୟାପରବଶ ହୋଇ କ୍ଷମାଶୀଳ ହୁଅନ୍ତୁ।

ସେ ଜାଣିଶୁଣି ଏ ଭଳି ଭୁଲ୍‌ କରି ନାହାନ୍ତି ବୋଲି ବିଚାର ଆରମ୍ଭରୁ ସୁପ୍ରିମ୍‌ କୋର୍ଟଙ୍କୁ କହିଥିଲେ ବେଣୁଗୋପାଳ।

ପ୍ରଧାନ ବିଚାରପତି ଗୋଗୋଇ କହିଲେ ତଦନ୍ତକାରୀ ଅଧିକାରୀଙ୍କୁ ବଦଳି ନ କରାଇବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରି ଦୁଇଟି ଆଦେଶନାମା ପାସ୍‌ ଦେଇଥିଲେ। ଏକଥା ନାଗେଶ୍ୱର ରାଓ ଜାଣିଥିଲେ।

ସମ୍ବନ୍ଧିତ ଖବର