ମୁହଁ ଖୋଲିଲେ ଜଷ୍ଟିସ ଲୋୟାଙ୍କ ପୁଅ : ପିତାଙ୍କ ମୃତ୍ୟୁକୁ ନେଇ ରାଜନୀତି ନହେଉ

ନୂଆଦିଲ୍ଲୀ: ସିବିଆଇ ଜଜ୍‌ ବି.ଏଚ୍‌. ଲୋୟାଙ୍କ ରହସ୍ୟମୟ ମୃତ୍ୟୁ ପ୍ରସଙ୍ଗ ଆଉ ଗୋଟିଏ ମୋଡ଼ ନେଇଛି । ଏହା ଏକ ହୃଦଘାତ ଜନିତ ମୃତ୍ୟୁ ଥିଲା ଓ ତାଙ୍କ ମୃତ୍ୟୁକୁ ନେଉ ହେଉଥିବା ରାଜନୀତି ବନ୍ଦ ହେଉ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନାରେ ଜଷ୍ଟିସ୍‌ ଲୋୟାଙ୍କ ପୁତ୍ର ଅନୁଜ ଲୋୟା କହିଛନ୍ତି ଯେ ପିତାଙ୍କ ମୃତ୍ୟୁକୁ ନେଇ ହେଉଥିବା ଘଟଣାବଳୀକୁ ନେଇ ତାଙ୍କ ପରିବାର ବେଶ ଆଘାତ ପାଇଛି । ଆମକୁ ଶାନ୍ତିରେ ରହିବାକୁ ଦିଆଯାଉ ।

“ମୋ ପିତାଙ୍କ ମୃତ୍ୟୁକୁ ଆମର କୌଣସି ସଂଦେହ ନାହିଁ । ଆଗରୁ ଏ ନେଇ କିଛିଟା ସଂଦେହ ଥିଲା କିନ୍ତୁ ଏବେ ନାହିଁ ” ଅନୁଜ ଲୋୟା କହିଛନ୍ତି ।

ଗତ ୨୦୧୪ ଡିସେମ୍ବର ୧ ତାରିଖରେ ଜଷ୍ଟିସ ଲୋୟା ଜଣ ସହକର୍ମୀଙ୍କ ଝିଅ ବାହାଘରରେ ଯିବାବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ସମୟରେ ସେ ସୋରାବୁଦ୍ଦିନ ମିଥ୍ୟା ଏନକାଉଣ୍ଟର ମାମଲାର ବିଚାର କରୁଥିଲେ । ଏହାର କିଛିଦିନ ପରେ ଏକ ସିବିଆଇ କୋର୍ଟ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଏହି ମାମଲାରୁ ମୁକ୍ତ କରିଥିଲେ ।

ତେବେ ଜଷ୍ଟିସ ଲୋୟାଙ୍କ ମୃତ୍ୟୁର ଉପଯୁକ୍ତ ତଦନ୍ତ ହେଉ ବୋଲି କଂଗେରସ ଦାବି କରିଆସୁଛି । ଏପରିକି କିଛିଦିନ ତଳେ ମୁଖ୍ୟବିଚାରପତି ଦିପକ ମିଶ୍ରଙ୍କ ବିରୋଧରେ ଅଭିଯୋଗ କରିଥିବା ୪ଜଣ ସୁପ୍ରିମକୋର୍ଟ ବରିଷ୍ଠ ବିଚାରପତି ମଧ୍ୟ ଏ ନେଇ ଦାବି କରିଥିଲେ ।

ସମ୍ବନ୍ଧିତ ଖବର