ମେଟ୍ରୋରେ ମୋଦିି: ପ୍ରଧାନମନ୍ତ୍ରୀଙ୍କ ସହ ଗପସପ କଲେ, ସେଲ୍‌ଫି ଉଠାଇବାର ମଜା ବି ନେଲେ ସହଯାତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନୂଆଦିଲ୍ଲୀରେ ଇଣ୍ଟରନ୍ୟାସନାଲ୍‌ କନ୍‌ଭେନ୍‌ସନ୍‌ ଆଣ୍ଡ ଏକ୍ସପୋ ସେଣ୍ଟରର ଶିଳାନ୍ୟାସ ଲାଗି ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି। ଦିଲ୍ଲୀର ଧୌଲାକୁଆଁରୁ ଦ୍ୱାରକା ଯାଏଁ ସେ ମେଟ୍ରୋରେ ଯାତ୍ରା କରିଥିଲେ। ଏଠାରେ ପ୍ରଧାନମନ୍ତ୍ରୀଙ୍କ ସହ ସାଧାରଣ ଯାତ୍ରୀମାନେ ମିଶିବାର ସୁଯୋଗ ହାତଛଡ଼ା କରି ନ ଥିଲେ। ସହଯାତ୍ରୀମାନେ ମୋଦିଙ୍କ ସହ ସେଲ୍‌ଫି ଉଠାଇବା ସହ ସୌଜନ୍ୟମୂଳକ କଥାବାର୍ତ୍ତା ମଧ୍ୟ ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ଅବସରରୁ ଢେର ଆନନ୍ଦ ଉଠାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଙ୍ଗରକ୍ଷୀମାନେ ଦୂରରେ ରହି ସେମାନଙ୍କ କାର୍ଯ୍ୟ ସଂପାଦନ କରିଥିଲେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଟ୍ଵିଟର ହାଣ୍ଡେଲ୍‌ରୁ ଏହି ସମୟର ଫଟୋ ଟ୍ଵିଟ୍‌ କରାଯାଇଛି।

ଉଲ୍ଲେଖଯୋଗ୍ୟ କି, ଗତ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ମୋଦି ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ୍‌ ଜୋଏଙ୍କ ସହ ସାମସଙ୍ଗ୍‌ର ନୂତନ ନିର୍ମାଣ କେନ୍ଦ୍ରର ଉଦ୍‌ଘାଟନ ଲାଗି ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରିଥିଲେ। ସେ ନୂଆଦିଲ୍ଲୀର ମଣ୍ଡିହାଉସ୍‌ ଷ୍ଟେସନ୍‌ରୁ ନୋଏଡାର ବଟାନିକାଲ୍‌ ଗାର୍ଡେନ୍‌ ଷ୍ଟେସନ୍‌ ପର୍ଯ୍ୟନ୍ତ ଯାତ୍ରା କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ମେଟ୍ରୋ ଯାତ୍ରା ସମୟରେ ସାଧାରଣ ଲୋକେ ତାଙ୍କ ସହ ମିଶିବାର ସୁଯୋଗ ପାଇବା ସହ ସେଲ୍‌ଫି ଉଠାଇବାର ମଜା ନେଇଥାଆନ୍ତି।

ସମ୍ବନ୍ଧିତ ଖବର