ସୋସିଆଲ ମିଡିିଆରେ ଭାଇରାଲ୍‌ ହେଉଛି କିକି ଚ୍ୟାଲଞ୍ଜ! ଚଳନ୍ତା ଗାଡ଼ିରୁ ବାହାରି ନାଚୁଛନ୍ତି ଲୋକେ; ପୁଲିସ୍‌ ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ : ଏବେ ସୋସିଆଲ ମିଡ଼ିଆରେ କିକି ଡ଼୍ୟାନ୍ସର କ୍ରେଜ୍‌ ଦେଖିବାକୁ ମିଳୁଛି । କାନାଡ଼ିଆନ୍‌ ରାପର ଡ୍ରେକ୍‌ଙ୍କ ମ୍ୟୁଜିକ୍‌ ଭିଡ଼ିଓ ‘କିକି ଡ଼ୁ ୟୁ ଲଭ୍‌ ମି’ ଗୀତ  ରିଲିଜ୍‌ ହେବା ପରେ ଲୋକମାନେ ଏହି ଚ୍ୟାଲେଞ୍ଚ ପରସ୍ପରକୁ ଦେଉଥିବା ଦେଖାଯାଇଛି । ଯାହାକୁ ସୋସିଆଲ ମିଡ଼ିଆରେ ‘#InMyFeelings challenge’ର ନାଁ ଦିଆ ଯାଇଛି । ଜୁନ୍‌୩୦ରେ ଏହି ରାପ୍‌ଟି ରିଲିଜ ହେବା ପରେ ସୋସିଆଲ ମିଡ଼ିଆରେ ଲୋକମାନେ ପରସ୍ପରକୁ କିକି ଚ୍ୟାଲେଞ୍ଜ ଦେବା ଆରମ୍ଭ କରିଥିଲେ । ଏହି କିକି ଚ୍ୟାଲେଞ୍ଜରେ ଲୋକମାନଙ୍କୁ ଚଳନ୍ତା ଗାଡ଼ିରୁ ବାହାରକୁ ଡେଇଁ ରାସ୍ତାରେ ନାଚିବାର ଚ୍ୟାଲେଞ୍ଜ ଦିଆଯାଉଥିବା ବେଳେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇଥିବା ଖବର ମିଳିଛି । ଏହି ଚ୍ୟାଲେଞ୍ଜକୁ ପୂରା କରିବାରେ ବିପଦ ଥିବା ଜାଣି ମଧ୍ୟ ଅନେକ ଯୁବକ-ଯୁବତୀଙ୍କୁ ଏପରି କରୁଥିବାର ଦେଖା ଯାଇଛି ।

ଦିନକୁ ଦିନ ଏହାର କ୍ରେଜ୍‌ ବଢ଼ୁଥିବା ଦେଖି ଏବେ ଦିଲ୍ଲୀ,ମୁମ୍ବାଇ ଏବଂ ଉତ୍ତରପ୍ରଦେଶ ପୁଲିସ ସତର୍କ ସୂଚନା ଜାରି କରିଛନ୍ତି । ଦିଲ୍ଲୀ ପୁଲିସ ଟ୍ଵିଟର ମାଧ୍ୟମରେ ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ ସତର୍କ କରାଇବାକୁ ଯାଇ ‘ଡ଼୍ୟାନ୍ସ ଅନ୍‌ ଦ ଫ୍ଲୋର, ନଟ୍‌ ଅନ୍‌ ଦ ରୋଡ଼୍‍’ ଲେଖି ଟ୍ଵିଟ୍‌

କରିବା ସହ ଉତ୍ତରପ୍ରଦେଶ ଏବଂ ମୁମ୍ବାଇ ପୁଲିସ ଭିଡ଼ିଓ ସେୟାର କରି ସତର୍କ କରିଥିବା ଦେଖା ଯାଇଛି ।

 

ସମ୍ବନ୍ଧିତ ଖବର